ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଜାନୁଆରୀ ୧୨ରେ ନ୍ୟୁ ଏୟାରପୋର୍ଟ ରୋଡ୍‌ରେ ପଥ ଉତ୍ସବ, ଶୀତୁଆ ସକାଳରେ ମଜା ନେବେ ସହରବାସୀ

Published By : Prameya | January 10, 2025 12:37 PM

ଭୁବନେଶ୍ୱର ୧୦/୦୧: ବିଏମ୍‌ସି ପକ୍ଷରୁ ଦ୍ୱିତୀୟ  ପଥ ଉତ୍ସବ ୧୨ ତାରିଖରେ ଅନୁଷ୍ଠିତ ହେବ । ଜାଗମରାରୁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ନ୍ୟୁ ଏୟାରପୋର୍ଟ  ରାସ୍ତାରେ ପଥ ଉତ୍ସବ ଅନୁଷ୍ଠିତ ହେବ । ତା ପୂର୍ବରୁ  ଆଜି ସମସ୍ତ ପ୍ରସ୍ତୁତି ସରିଛି । ପ୍ରଥମ ପଥ ଉତ୍ସବ ମଧ୍ୟ ନିର୍ବଚାନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା । ଏଥର ଏକାମ୍ର  ନିର୍ବାଚନୀ ମଣ୍ଡଳୀରେ ପଥ ଉତ୍ସବ ଅନୁଷ୍ଠିତ ହେବ । ବିଏମ୍‌ସି ପକ୍ଷରୁ ଏଥର ଏକାଧିକ କାର୍ଯ୍ୟକ୍ରମ ଆୟୋଜନ  କରାଯାଇଛି । 

ପଥ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ଷ୍ଟେଜ କରାଯିବ । ମୁଖ୍ୟ ଷ୍ଟେଜ ବରମୁଣ୍ଡା ନୀଳକଣ୍ଠଶ୍ୱର ମନ୍ଦିର ଛକର ରହିବ । ଅନ୍ୟଟି ପ୍ରମେୟ ଛକରେ ରହିବ ।  ତୃତୀୟ ଷ୍ଟେଜରେ ଭୁବନେଶ୍ୱର ଟ୍ୟାଲେଣ୍ଟ ସୋ କରାଯିବ । ଏଥିରେ ଇଚ୍ଛୁକ ଯୁବବର୍ଗ ଭାଗ ନେଇପାରିବେ । ଏହି  ଷ୍ଟେଜ ମାଧ୍ୟମରେ ନାଚଗୀତ, ଅଭିନୟରେ ଯୁବବର୍ଗ  ନିଜ ନିଜ ପାରଦର୍ଶିତା ପ୍ରଦର୍ଶନ କରି ପାରିବେ । ପଥ ଉତ୍ସବରେ ସାଇକେଲିଂ, ପେଣ୍ଟିଂ, ସାଂସ୍କୃତିକ ସୋ, ସ୍କେଟିଂ  ଆଦି କାର୍ଯ୍ୟକ୍ରମ ରହିବ । ସଙ୍ଗୀତ ତାଳରେ ଝୁମି ଉଠିବେ ଦର୍ଶକ । ବିଭିନ୍ନ ସ୍ଥାନରେ ଖାଦ୍ୟ ଷ୍ଟଲ ଖୋଲିବ । ଅଧିକରୁ  ଅଧିକ ରାଜଧାନୀବାସୀ ଏହି ଉତ୍ସବରେ ଯୋଗଦେବା  ପାଇଁ ବିଏମସି ପକ୍ଷରୁ ଅପିଲ କରାଯାଇଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.