ପ୍ରମୂଖ ଖବର
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କିର୍ମିରାରେ ଆନାସ୍ଥା ଭୋଟିଂ ବାତିଲ, ସରପଞ୍ଚ ଓ ସମିତି ସଭ୍ୟ ନ ଆସିବାରୁ ହୋଇପାରିଲାନି ଭୋଟିଂ

Published By : Harapriya Sethi | January 10, 2025 2:17 PM

ଝାରସୁଗୁଡ଼ା,୧୦/୦୧: କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି କିର୍ମିରାରେ ୧୦ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥାନ୍ତା । ହେଲେ ଅନାସ୍ଥା ପୂର୍ବରୁ ବିଶାଲ ଦାସଙ୍କ ସହ ସରପଞ୍ଚ ଏବଂ କିଛି ସମିତି ସଭ୍ୟଙ୍କୁ ମହାସମୁଦ୍‌ ଜିଲ୍ଲା ସରେଇପାଲି ଥାନାରେ ଅଟକ ରଖାଯାଇଥିବାରୁ ଭୋଟ୍ ଦେବାକୁ କେହି ବି ଆସି ପାରି ନଥିଲେ । ଭୋଟିଂ ପାଇଁ କେହି ନ ଆସିବାରୁ ଅନାସ୍ଥା ଭୋଟିଂକୁ ବାତିଲ କରାଯାଇଛି । 

ତେବେ ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସହ ମତଦାନ କରାଯିବାକୁ କିର୍ମିରା ପଞ୍ଚାୟତ ସମିତି ସଭାକକ୍ଷରେ ବୈଠକ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଉପରେ ଅଧ୍ୟକ୍ଷାଙ୍କ ଭାଗ୍ୟ ନିର୍ଭର କରୁଥିଲା। ସେ ଦୃଷ୍ଟିରୁ ପ୍ରସ୍ତାବ ଉପରେ ମତଦାନ ତଥା ଏହାର ଫଳାଫଳ ଉପରେ ସଭିଙ୍କ ନଜର ରହିଥିବା ବେଳେ ଆଜି ଭୋଟ୍‌ ଦେବାକୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରୁ କେହି ବି ଆସି ନଥିଲେ । ଯେଉଁ କାରଣରୁ ଭୋଟିଂକୁ ବାତିଲ୍‌ କରାଯାଇଛି । 

ଗତ ସେପ୍ଟେମ୍ବର ୧୩ ତାରିଖ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ଦିନ ଠାରୁ ହିଁ ଛକାପଞ୍ଝା ଲାଗି ରହିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ପହଞ୍ଚିଥିଲା। ଶେଷରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ୧୦ ଜାନୁଆରୀରେ ସ୍ୱତନ୍ତ୍ର ବୈଠକ ଆୟୋଜନ ପାଇଁ ଉପଜିଲ୍ଲାପାଳ ଦିନ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ  ସମିତିସଭ୍ୟ/ସଭ୍ୟା ରହିଛନ୍ତି । ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.