ପ୍ରମୂଖ ଖବର
  • ଶ୍ରୀଗୁଣ୍ଡିଚା ଅବସରରେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୁରୀ: ଆରମ୍ଭ ହେଲା ପହଣ୍ଡି ବିଜେ, ଘଣ୍ଟ ଘଣ୍ଟା ନାଦରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଲେ ପ୍ରଭୁ ସୁଦର୍ଶନ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ସୁଆରମହାସୁଆର ନିଯୋଗର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଲେ
  • ||
  • ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ଘୋଷଯାତ୍ରା, ଭକ୍ତି ଓ ଭାବାବେଗର ଉତ୍ସବରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
  • ||
  • ଭାବ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ, ସକାଳୁ ସକାଳୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଅପେକ୍ଷାରେ ରଥ-ଭକ୍ତ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କମ୍ୟୁନିଷ୍ଟ ଶ୍ରମିକ ନେତା ଅନିତ ଚକ୍ରବର୍ତ୍ତୀଙ୍କ ଦେହାନ୍ତ

Published By : Rasmita Pradhan | June 10, 2025 11:08 AM

ବ୍ରଜରାଜନଗର, ୧୦/୦୬ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ଜଣେ ବରିଷ୍ଠ କମ୍ୟୁନିଷ୍ଟ ଶ୍ରମିକ ନେତା ଅନିତ ଚକ୍ରବର୍ତ୍ତୀ (୭୨ ବର୍ଷ)ଙ୍କ ଦେହାନ୍ତ ହୋଇଛି। ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ସୂଚନା ଅନୁସାରେ, ବ୍ରଜରାଜନଗର ଏମସିଏଲ କଲୋନୀ ମହାବୀର ନଗର ଅଞ୍ଚଳରେ କ୍ୱାର୍ଟରରେ ରହୁଥିବା ବ୍ରଜରାଜନଗର ଅଞ୍ଚଳର ବରିଷ୍ଠ କମ୍ୟୁନିଷ୍ଟ ଶ୍ରମିକ ନେତା ଅନିତ ଚକ୍ରବର୍ତ୍ତୀ ମେ ୨ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଳାରେ ଇନଫେକ୍ସନ ଥିବାରୁ ଅକ୍ସିଜେନ୍ ଲେବୁଲ୍ କମି ଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୨୯ ତାରିଖ ଦିନ ତାଙ୍କୁ ଭୁବନେଶ୍ଵର ସମ୍ ଅଲ୍ଟିମେଟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର୍ ୩ଟା ୪୦ରେ ତାଙ୍କର ମୃତ୍ୟୁ ହୋଇଛି।

ଅନିତ ଚକ୍ରବର୍ତ୍ତୀ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ, ଆଇଏନଡବ୍ଲୁଏସ ସହ ସମ୍ପାଦକ, ଏମସିଏଲ ଜେସିସି ସଦସ୍ୟ ସେଫଟି ବୋର୍ଡ ସଦସ୍ୟ ଥିଲେ। ମୃତ୍ୟୁ ସମୟରେ ତାଙ୍କର ଏକମାତ୍ର ପୁତ୍ର ସୁକାନ୍ତ ଚକ୍ରବର୍ତ୍ତୀ ଓ ତାଙ୍କର ପୁତୁରା ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବିଭିନ୍ନ ଶ୍ରମିକ ସଙ୍ଗଠନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କର ମରଶରୀର ଭୁବନେଶ୍ୱରରୁ ତାଳଚେର ଅଣାଯିବ ପରେ ବ୍ରଜରାଜନଗର ସ୍ଥିତ ବାସଭବନକୁ ଅଣାଯିବ ବୋଲି ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.