ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୁରୀ ବେଳାଭୂମିରେ ବୋଟ୍ ରେସ୍ ପ୍ରତିଯୋଗିତା, ଭାଗ ନେଇଛନ୍ତି ୫୦ ମତ୍ସ୍ୟଜୀବୀ

Published By : Rasmita Pradhan | January 10, 2025 3:16 PM

ପୁରୀ, ୧୦/୦୧ : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ପୁରୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆଜି ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୀ ସମୁଦ୍ର କୂଳରେ ଫିସର ମ୍ୟାନ୍ ବୋଟ୍ ରେସ୍ ପ୍ରତିଯୋଗିତା କରାଯାଇଛି। ଏହି ରେସ୍‌ରେ ସମୁଦାୟ ୨୧ ଟି ବୋଟ୍ ସାମିଲ୍ ଥିବାବେଳେ ଗୋଟିଏ ବୋଟ୍‌ରେ ଦୁଇଜଣ ଲେଖାଁଏ ଭାଗ ନେଇଛନ୍ତି। ଏହିପରି ଭାବେ ସମୁଦାୟ ୫୦ ଜଣ ମତ୍ସ୍ୟଜୀବୀ ଭାଗ ନେଇଛନ୍ତି। ମତ୍ସ୍ୟଜୀବୀଙ୍କ ଏଭଳି ବୋଟ୍ ରେସ୍ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। 

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଉପଯାପନୀ ଦିବସ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମିଛି। ସାରା ବିଶ୍ବରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ, ଚିଲିକା, କୋଣାର୍କ, ରାମଚଣ୍ଡୀ, ଐତିହ୍ୟ ଗ୍ରାମ ରଘୁରାଜପୁର ଭଳି ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଓଡ଼ିଶାର କଳା ସଂସ୍କୃତିକୁ ଦେଖି ଆଭିଭୂତ ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶାରେ ଦିଆଯାଇଥିବା ତାଙ୍କୁ ଆତିଥ୍ୟତା ଏକ ଅଭୁଲା ଅନୁଭୂତି ହୋଇ ରହିବ ବୋଲି ପ୍ରବାସୀ ଭାରତୀୟ କହିଛନ୍ତି। କଳା ସଂସ୍କୃତି ସହିତ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଅନେକ ପ୍ରସିଦ୍ଧି ଥିବାରୁ ଆଗାମୀ ଦିନରେ ପ୍ରବାସୀ ଭାରତୀୟମାନେ ଓଡ଼ିଶା ଆସି ବ୍ୟାପକ ଭାବରେ ପୁଞ୍ଜିନିବେଶ କରି ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବେ ବୋଲି କହିଛନ୍ତି। 

ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ବେଳାଭୂମିରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବହୁ ନାମିଦାମୀ କଣ୍ଠଶିଳ୍ପୀ ପୁରୀ ବିଚ୍ ଫେଷ୍ଟିଭାଲରେ ବିଭିନ୍ନ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରୁଛନ୍ତି। ଆଧୁନିକ ନୃତ୍ୟ ସହିତ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ପୁରୀ ବିଚ୍ ଫେଷ୍ଟିଭାଲର ମଞ୍ଚ। ବଲିଉଡ କଣ୍ଠଶିଳ୍ପୀ ବିଶାଲ୍ ମିଶ୍ରଙ୍କ ଗୀତ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେଇଛି। ଅନ୍ୟପଟେ ପୁରୀ ବେଳାଭୂମିରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ବୋଟ୍ ପ୍ରତିଯୋଗିତା ସମୁଦ୍ରରେ ଅନୁଷ୍ଠିତ ହୋଇଛି। ଏହି ଚିତ୍ତାକର୍ଷକ ପ୍ରତିଯୋଗିତା ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ପୁରୀକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅଧିକରୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇ ଦେବାପାଇଁ ପୁରୀ ବେଳାଭୂମିରେ ମହୋତ୍ସବ ସହିତ ଆମୋଦିତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.