ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହିଳା ଭାରତ-ଆୟର୍ଲାଣ୍ଡ ପ୍ରଥମ ଦିନିକିଆ; ଗାବି ଲୁଇସଙ୍କ ଦମଦାର ପାଳି, ଇଣ୍ଡିଆକୁ ୨୩୯ ଟାର୍ଗେଟ୍

Published By : Ankita S | January 10, 2025 3:20 PM

ନୂଆଦିଲ୍ଲୀ,୧୦/୦୧ : ମହିଳା ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଆଜିଠୁ (ଶୁକ୍ରବାର) ଦିନିକିଆ  ସିରିଜ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆୟର୍ଲାଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୩୮ ରନ କରିଛି ଆୟର୍ଲାଣ୍ଡ । ଭାରତକୁ ୨୩୯ ରନ ଟାର୍ଗେଟ ଦେଇଛି ଦଳ । ଭାରତ ପକ୍ଷରୁ ପି. ମିଶ୍ରା ସର୍ବାଧିକ ୱିକେଟ ନେଇଛନ୍ତି । ଟିମ୍ ଇଣ୍ଡିଆର ସାୟାଲୀ ସତଘାରେ ଦିନିକିଆ ଡେବ୍ୟୁ କରିଛନ୍ତି ।

ସ୍ମୃତି ମାନ୍ଧାନାଙ୍କ ନେତୃତ୍ବରେ ୨୦୨୫ର ପ୍ରଥମ ଦିନିକିଆ ଖେଳୁଛି ମହିଳା କ୍ରିକେଟ ଦଳ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆୟର୍ଲାଣ୍ଡ । ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଟିଟାସ ସଧୁ । ସରାହ ଫୋର୍ବେସ ୯ ରନ କରି ଆଉଟ ହୋଇଥିଲେ । ଏହାପରେ ୫ ରନ କରି ରନ ଆଉଟ  ହୋଇଥିଲେ ଉନା ରେମଣ୍ଡ । ୩୪ ରନରେ ୨ଟି ୱିକେଟ ହରାଇଥିଲା ଆୟର୍ଲାଣ୍ଡ । ଓରାଲା ୯ରନ କରି ପ୍ରିୟା ମିଶ୍ରାଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ଖାତା ଖୋଲି ନପାରି ପ୍ରିୟା ମିଶ୍ରଙ୍କ ବଲରେ ପାଭିଲିୟନ ଫେରିଥିଲେ ଲାଉରା ଡିଲାନି । ଲାହ ପଲ ମହତ୍ତ୍ବପୂର୍ଣ୍ଣ ୫୯ ରନ କରି ରନ ଆଉଟ ହୋଇଥିଲେ । ଗାବି ଲୁଇସ ୯୨ ରନ କରି ଦିପ୍ତୀ ଶର୍ମାଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ ।

ଦଳୀୟ ସ୍କୋର ୧୯୪ରେ ୬ଟି ୱିକେଟ ହରାଇଥିଲା ଆୟର୍ଲାଣ୍ଡ । ଏହାପରେ ଅରର୍ଲିନ କେଲି ୨୮ ରନ କରି ଆଉଟ ହୋଇଥିଲେ । ନିର୍ଦ୍ଧିରିତ ୫୦ ଓଭରରେ ଆୟର୍ଲାଣ୍ଡ ୭ ୱିକେଟ ହରାଇ ୨୩୮ ରନ କରିଛି । ଭାରତକୁ ଜିତିବାକୁ ହେଲେ ୨୩୯ରନ ଟାର୍ଗେଟ ହାସଲ କରିବାକୁ ହେବ । ଭାରତ ପକ୍ଷରୁ ପିୟା. ମିଶ୍ରା ସର୍ବାଧିକ ୨ଟି ୱିକେଟ ନେଇଥିବାବେଳେ ପଦାର୍ପଣ ମ୍ୟାଚ ଖେଳୁଥିବା  ସାୟାଲୀ ସତଘାରେ ଓ ଦିପ୍ତୀ ଶର୍ମା ଗୋଟିଏ ଲେଖାଏଁ  ୱିକେଟ ନେଇଛନ୍ତି । ୨୩୯ ରନ ଟାର୍ଗେଟ ପିଛା କରି ବ୍ୟାଟିଂ ଆରମ୍ଭ କରିଛି ଭାରତ । ରିପୋର୍ଟ ଲେଖାଯିବ ସୁଦ୍ଧା ଭାରତ ୬୧ ରନ କରିଛି । ଅଧିନାୟିକା ସ୍ମୃତି ମାନ୍ଧାନା ୪ ହଜାର ଦିନିକିଆ ରନ କ୍ଲବରେ ସାମିଲ ହୋଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.