ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ପୋଲିସ୍ ପୋଷ୍ଟରୁ ଲୁଟିନେଲେ ବନ୍ଧୁକ ଓ ଗୋଳାବାରୁଦ, ଜାଳିଦେଲେ ସିମେଣ୍ଟ କାରଖାନା…

Published By : Prameya | January 10, 2025 6:12 PM

ନୂଆଦିଲ୍ଲୀ: ଆତଙ୍କବାଦୀ ମାନେ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି। ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ସଶସ୍ତ୍ର ଆତଙ୍କବାଦୀ ମାନେ ଏକ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ପରେ, ଆତଙ୍କବାଦୀ ମାନେ ନିକଟସ୍ଥ ଏକ ସିମେଣ୍ଟ କାରଖାନାର ଯନ୍ତ୍ରପାତି ଏବଂ ଉପକରଣରେ ନିଆଁ ଲଗାଇ ଦେଇଛନ୍ତି । ଏନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଏହି ଘଟଣା ଗୁରୁବାର ମାସ୍ତୁଙ୍ଗ ସହରରେ ଘଟିଛି ବୋଲି ଅଧିକାରୀ ମାନେ କହିଛନ୍ତି।

ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା କର୍ମୀମାନେ ପୋଲିସ ପୋଷ୍ଟରେ ଡ୍ୟୁଟି ବଦଳ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସଶସ୍ତ୍ର ଆତଙ୍କବାଦୀ ମାନେ ପୋଲିସ ଠାରୁ ବନ୍ଧୁକ, ଗୁଳିଗୋଳା, ୱାୟାରଲେସ୍ ସେଟ୍, ମୋଟର ସାଇକେଲ ଛଡ଼ାଇ ନେଇଛନ୍ତି ଏବଂ ସିମେଣ୍ଟ କାରଖାନାରେ ଥିବା ଯନ୍ତ୍ରପାତିରେ ନିଆଁ ଲଗାଇ ଦେଇଛନ୍ତି । ତେବେ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆତଙ୍କବାଦୀ ମାନେ ପଳାଇ ଯାଇଥିଲେ।

ତେବେ ଏହି ଆକ୍ରମଣରେ କୌଣସି କ୍ଷତି ହୋଇନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଆତଙ୍କବାଦୀ ମାନେ ଖସିଯିବା ପୂର୍ବରୁ ଏକ ବ୍ୟାଙ୍କ ଲୁଟ କରିଥିଲେ ଏବଂ ଏକ ପୋଲିସ ଷ୍ଟେସନ ଜାଳି ଦେଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.