ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ପାଇଁ ତାରିଖ ଘୋଷଣାକଲା ଲିବରାଲ ଦଳ; ଦୈଡରେ ଦୁଇ ଭାରତୀୟ

Published By : Bijay Swain | January 10, 2025 7:23 PM

Image courtesy: indiatoday

ନୂଆଦିଲ୍ଲୀ: କାନାଡ଼ା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କେତେବେଳେ ବିରୋଧିଙ୍କ ହଟ୍ଟଗୋଳ ତ କେତେବେଳେ ଶାସକ ଦଳରେ ଥିବା ନେତାଙ୍କ ଅପ୍ରିତୀକର ବୟାନ କାନାଡ଼ା ରାଜନୀତିକୁ ଉଷ୍ମ କରୁଛି। ୯ ବର୍ଷ ପ୍ରଧାନମନ୍ତ୍ରୀ ପଦରେ ରହିବା ପରେ ଜାନୁଆରୀ ୬ ତାରିଖ ଦିନ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷିରେ କାନାଡ଼ାର ଲିବେରାଲ ଦଳ ନିଜ ଦଳର ମୁଖିଆ ତଥା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ମାର୍ଚ୍ଚ ୯ ରେ ବାଛିବ ବୋଲି ଘୋଷଣା କରିଛି। 

“ଏକ ମଜବୁତ ଓ ସୁରକ୍ଷା ପ୍ରକ୍ରିୟା ମାଧ୍ୟମରେ କାନାଡ଼ାର ଲିବରାଲ ପାର୍ଟି ନୂଆ ମୁଖିଆଙ୍କୁ ଚୟନ କରିବାକୁ ଯାଉଛି। ତେବେ ୨୦୨୫ରେ ହେବାକୁ ଥିବା ନିର୍ବାଚନରେ ଲଢି ଜିତିବା ପାଇଁ ଦଳ ପ୍ରସ୍ତୁତ” ବୋଲି ଲିବରାଲ ଦଳ ଏକ ଷ୍ଟେଟମେଣ୍ଟ ଜାରି କରିଛି। ଦଳର ଜାତୀୟ ପରିଷଦ ଏନେଇ ବିଭିନ୍ନ ବୈଠକ କରିବାପରେ ଏହି ତାରିଖ ଘୋଷଣା କରିଛନ୍ତି। ତେବେ ସଂଭାବିତ ପାର୍ଥୀ ମାନଙ୍କୁ ଦଳରେ ଯୋଗ ଦେବାପାଇଁ ୩,୫୦,୦୦୦ କାନାଡ଼ୀୟ ଡଲାର ଦେୟ ରାଶି ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି। ଏହା ପୂର୍ବରୁ ଦଳରେ ଯୋଗ ଦେବା ପାଇଁ ଦେୟ ରାଶିର ପରିମାଣ ୭୫,୦୦୦ କାନାଡ଼ୀୟ ଡଲାର ରହିଥିଲା। 

କାନାଡ଼ା ନାଗରିକ ମାନଙ୍କ ଭୋଟିଂ ଏଲିଜିବିଲିଟିରେ ପରିବର୍ତ୍ତନ ଆଣିଛି ଲିବରାଲ ଦଳ। ଏଣିକି ୧୪ ବର୍ଷ ବୟଷ୍କ କାନାଡ଼ୀୟ ନାଗରିକ ମାନେ ମଧ୍ୟ ଭୋଟଦାନ କରିପାରିବେ। ମୂଳ କାନାଡ଼ୀୟ ନାଗରିକ ମାନଙ୍କ ଛଡା ଅନ୍ୟ କେହି ଏହି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ଘୋଷଣା କରିଛି ଲିବରାଲ ଦଳ। ତେବେ ଏହି ନିର୍ବାଚନ ଦୈଡରେ ଦୁଇ ମୂଳ ଭାରତୀୟ ମଧ୍ୟ ସାମିଲ ହୋଇଛନ୍ତି। ଏହି ଦୁଇ ପାର୍ଥୀଙ୍କର ନାମ ହେଉଛି ଚନ୍ଦ୍ର ଆର୍ଯ୍ୟା ଓ ଅନୀତା ଆନନ୍ଦ।

ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାଁ ନ ଆସିବା ଯାଏ ସେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ଜଣାପଡିଛି। କାନାଡ଼ାରେ ହେବାକୁ ଥିବା ଆସନ୍ତା ନିର୍ବାଚନ ଚଳିତ ବର୍ଷ ଅକ୍ଟୋବର 20ରେ ହେବ ବୋଲି ଘୋଷଣା କରାଯାଇଛି। ତେବେ ଆସନ୍ତା ନିର୍ବାଚନରେ ବିରୋଧି କନଜରଭେଟିବ ଦଳ ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ଏକ ସର୍ଭେ-ପୋଲରୁ ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.