ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲସ୍‌ ଏଞ୍ଜେଲ୍ସରେ ନିଆଁର ତାଣ୍ଡବ ଲୀଳା ! ୧୦ ଲୋକଙ୍କ ମୃତ୍ୟୁ , ଲୁଟପାତ ନେଇ କର୍ଫ୍ୟୁ ଘୋଷଣା

Published By : Prameya | January 10, 2025 10:26 PM

ନୂଆଦିଲ୍ଲୀ : ଆମେରିକାରେ ଅଗ୍ନିକାଣ୍ଡରେ ହାହାକାର ଖେଳି ଯାଇଛି। ଲସ୍‌ ଏଜେଲ୍ସ ଓ ଏହାର ଆଖପାଖ  ଅଞ୍ଚଳର ଜଙ୍ଗଲରେ ଲାଗି ଥିବା ନିଆଁ କାରଣରୁ ଆତଙ୍କ ଖେଳି ଯାଇଛି। ୧୦ ହଜାରରୁ ଅଧିକ ଘର, ବିଜନେସ ଆଉଟଲେଟ୍ସ ଓ ଅନ୍ୟ ସବୁ ଷ୍ଟ୍ରକରକୁ ନଷ୍ଟ କରି ଦେଇଛି। ଖାଲି ଏତିକି ନୁହେଁ , ଏହି ନିଆଁର କବଳରେ ପାଖାପାଖି ୧୦ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି ଏବଂ ପାଖାପାଖି ୧ ଲକ୍ଷ ୮୦ ହଜାର ଲୋକଙ୍କୁ ନିଜ ଘର ଛାଡ଼ିବାକୁ ବାଧ୍ୟ ହେବାକୁ ପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ପୁଣି ନିଆଁ ତେଜି ଉଠିଛି , ଏହାପରେ ଏହି ଆଶଙ୍କା ବଢି ଯାଇଛି କି, ଆଗାମୀ ଦିନରେ ସଙ୍କଟ ଆହୁରି ମଧ୍ୟ ଗୁରୁତର ହୋଇପାରେ। ଏହି ବିପର୍ଯ୍ୟୟକୁ ଲୁଟେରା ମାନେ ନିଜ ପାଇଁ ଏକ ସୁନ୍ଦର ସୁଯୋଗ ଭାବି ନେଇଛନ୍ତି ଏବଂ ଖୁବ୍ ଲୁଟପାତ ବି କରିଛନ୍ତି। ଲସ୍‌ ଏଞ୍ଜେଲ୍ସ କାଉଣ୍ଟିର ଶେରିଫ୍ ରବର୍ଟ ଲୁନା କହିଛନ୍ତି କି, ମଙ୍ଗଳବାର ପ୍ରଥମେ ନିଆଁ ଲାଗିବା ପରେ ବିପର୍ଯ୍ୟୟ କ୍ଷେତ୍ରରେ ଲୁଟପାତର ରିପୋର୍ଟ ମଧ୍ୟରେ ପାଖାପାଖି ୨୦ ଜଣ ଲୋକଙ୍କୁ ଗିରଫ କରାଯାଇଛି। 

୧- ଅତି କମ୍‌ରେ ୫ଟି ଚର୍ଚ୍ଚ , ୭ଟି ସ୍କୁଲ , ଦୁଇଟି ଲାଇବ୍ରେରୀ , ବୁଟକ ,ବାର , ରେଷ୍ଟୁରାଣ୍ଟ, ବ୍ୟାଙ୍କ ଓ ଭଡ଼ା ଦୋକାନ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ସାରିଛି। ବିଲ୍‌ ରୋଜର୍ସ ୱେଷ୍ଟର୍ନ ରେଞ୍ଚ ହାଉସ୍‌ ଓ ଟୋପାଙ୍ଗା ରେଞ୍ଚ ମୋଟଲ ମଧ୍ୟ ନଷ୍ଟଭ୍ରଷ୍ଟ ହୋଇଯାଇଛି। ସରକାର ଏବେସୁଦ୍ଧା କ୍ଷୟକ୍ଷତିର ହିସାବ ବା କେତେ ଷ୍ଟ୍ରକଚର ଜଳି ଯାଇଛି ଏହାର ତଥ୍ୟ ସେୟାର କରି ନାହାନ୍ତି। 

୨-  ପାଣିପାଗ ଓ ଏହାର ପ୍ରଭାବ ଉପରେ ତଥ୍ୟ ଉପଲବ୍ଧ କରାଉ ଥିବା ଘରୋଇ କମ୍ପାନୀ ଏକ୍ୟୁୱେଦର ଗୁରୁବାର କ୍ଷତି ଓ ଆର୍ଥିକ କ୍ଷତିର ଅନୁମାନ ବୃଦ୍ଧି ପାଇଁ ୧୩୫-୧୫୦ ବିଲିୟନ ଡଲାର କରିଦେଇଛି। 

୩-ପାସାଡେନା ନିକଟରେ ଇଟନରେ ଲାଗିଥିବା ନିଆଁରେ ୫୦୦୦ରୁ ଅଧିକ ବିଲ୍ଡିଂ ଜଳି ପୋଡ଼ି ଯାଇଛି। ଲସ୍ ଏଞ୍ଜେଲସ ଓ ପେସିଫିକ୍‌ ପାଲେସେଡସ୍‌ରେ ଅଗ୍ନିକାଣ୍ଡରେ ୫,୩୦୦ରୁ ଅଧିକ ବିଲ୍ଡିଂ ଧ୍ୱଂସ ହୋଇଯାଇଛି। 

 ୪- ଲସ୍‌ ଏଞ୍ଜେଲ୍ସ କାଉଣ୍ଟି ଶେରିଫ୍‌ କହିଛି ଜଳିଯାଇ ଥିବା ଅଞ୍ଚଳର ତଲାସୀ ବେଳେ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି, କିନ୍ତୁ  ଅଗ୍ନିକାଣ୍ଡ ଅଞ୍ଚଳ ଭିତର ସ୍ଥିତି ଯୋଗୁଁ କାମରେ ବାଧା ଉପୁଜିଛି।

 ୫- ଲସ୍ ଏଞ୍ଜେଲ୍ସର ମେୟର କ୍ୟାରେନ ବାସ୍‌ କହିଛନ୍ତି କି, ଗୁରୁବାର ସନ୍ଧ୍ୟାରେ ଆସିଥିବା ଦ୍ରୁତ ବାୟୁ ପ୍ରବାହ ଯୋଗୁଁ ନିଆଁ ଆହୁରି ବ୍ୟାପି ଗଲା ଏବଂ ଏହା ଉପରେ କାବୁ ପାଇବା ଆହୁରି ମୁସ୍କିଲ ହୋଇ ଯାଇଛି।

 ୬- ଅଧିକାରୀ ନିଆଁକୁ କାବୁ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି , କିନ୍ତୁ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଜଳି ଯାଇ ଥିବା ଘର ଗୁଡ଼ିକର ଅବଶେଷରେ ପୀଡ଼ିତଙ୍କୁ ବାହାର କରିବା ପାଇଁ ଟିମ୍ ଭରପୂର ପ୍ରୟାସ କରୁଛି।

 ୭- ଏହି ନିଆଁରେ posh ଏରିଆରେ ତିଆରି ଘର ଗୁଡ଼ିକୁ ନଷ୍ଟ କରି ଦେଇଛି ଏବଂ ଅନେକ ଐତିହାସିକ ବିଲ୍ଡିଂକୁ କ୍ଷତି କରିଦେଇଛି। ଏଥିରେ ଟୋପାଙ୍ଗା ରେଞ୍ଚ ମୋଟଲ ଓ ୱିଲ୍‌ ରୋଜର୍ସ ୱେଷ୍ଟର୍ନ ରେଞ୍ଚ ହାଉସ୍‌ ସାମିଲ ଅଛି। ଏହି କୋଠା ୧୯୨୦ର ଦଶକର ଥିଲା। ମାଲିବୁରେ ସମୁଦ୍ର ତଟରେ ତିଆରି ସୁନ୍ଦର ଘର ଏବେ ଭଗ୍ନାବଶେଷରେ ପରିଣତ ହୋଇଛି ଏବଂ ଏହାର କେବଳ ଜଳି ଯାଇଥିବା ଅଂଶ ବିଶେଷ ରହିଛି। 

 ୮- ଅଗ୍ନିକାଣ୍ଡ କାରଣରୁ ବଡ଼ ସ୍ତରରେ ଲୋକଙ୍କୁ ବାହାର କରାଯାଇଛି ଏବଂ ଖୁବ୍‌ ଧୂଆଁ କାରଣରୁ ଶୁକ୍ରବାର ସହରର ସ୍କୁଲ ବନ୍ଦ କରି ଦିଆଯାଇଛି। 

 ୯- ରାଷ୍ଟ୍ରପତି ଜୋ ବାଇଡେନ ନିଆଁରେ ଲଢିବାରେ ସାହାଯ୍ୟ ପାଇଁ ସଂଘୀୟ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି, ସେ ବର୍ତ୍ତମାନର ସ୍ଥିତିକୁ କାଲିଫୋର୍ଣ୍ଣିଆର ଇତିହାସରେ ସବୁଠୁ ବ୍ୟାପକ, ବିନାଶକାରୀ ଅଗ୍ନିକାଣ୍ଡ ଭାବ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.