ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’, ପ୍ରତି ଜିଲ୍ଲା ଓ ବ୍ଲକ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Published By : Prameya | February 5, 2025 7:40 AM

ଭୁବନେଶ୍ୱର, ୦୫/୦୨ : ବୁଧବାର ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଶୁଭାରମ୍ଭ କରିବେ । ପ୍ରତି ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବ । ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି ଯୋଜନା ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଲ୍‌ଇଡି ଯୋଗେ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ। ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ୩୧୪ ବ୍ଲକ୍‌ରେ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଭିଡିଓ କନଫରେନ୍ସିଂ ଯୋଗେ ସବୁ ବ୍ଲକ୍‌କୁ କାର୍ଯ୍ୟକ୍ରମରେ ଯୋଡ଼ିବାକୁ ଓକାକ୍‌କୁ ଦାୟିତ୍ୱ ଦିଆଯାଇଛି । 

ଏହି ଖବରଟିକୁ ପଢନ୍ତୁ-

ସୂଚନାନୁଯାୟୀ, ବିଜେଡି ସରକାର ସମୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁରେ ଯୋଜନା କାର୍ଯ୍ୟକାରୀ ହେଉଥିଲା । ସବୁ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳୁଥିଲା । ନୂଆ ସରକାର ଏହି ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରିବେ । ଏଥିପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଗ୍ରାମସଭା ଜରିଆରେ ଯୋଜନାର ୫ ବର୍ଷିଆ ପ୍ରକଳ୍ପ ତାଲିକା ଦାଖଲ ପାଇଁ ସବୁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତଗୁଡ଼ିକ ଫେବ୍ରୁଆରୀ ୧୪ତାରିଖ ସୁଦ୍ଧା ଯୋଜନା ତାଲିକା ଦେବେ । ଲୋକେ ଗ୍ରାମସଭାରେ ରହି ଗାଁ ଓ ପଞ୍ଚାୟତର ପ୍ରକଳ୍ପ ଚୂଡ଼ାନ୍ତ କରିବେ । ଲୋକଙ୍କ ମତ ଓ ଆବଶ୍ୟକତା ଆଧାରରେ ୫ ବର୍ଷିଆ ପ୍ରକଳ୍ପ ତାଲିକା ତିଆରି ହେବ । ୫ ତାରିଖ ସୁଦ୍ଧା ବ୍ଲକ୍‌ରେ ଯୋଜନା ତାଲିକା ଦାଖଲ ହେବ । ନୂଆ ଯୋଜନାରେ ଜନସଂଖ୍ୟା ଓ ପ୍ରକଳ୍ପ ଆବଶ୍ୟକତାକୁ ଦେଖି ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବ୍ଲକ୍‌କୁ ଯୋଜନାର ସିଂହ ଭାଗ ପାଣ୍ଠି ଦେବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.