ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

୬ ମାସ ହେବ ଠିଆ ହୋଇ ରହିଛି ଲକ୍ଷ୍ମୀ ବସ , ଚଳାଚଳ ପାଇଁ ଦାବି

Published By : Prameya | February 11, 2025 10:13 PM

ଦାରିଙ୍ଗବାଡି,୧୧/୨(ଆପ୍ର): ଲକ୍ଷ୍ମୀ ବସ୍ ଯୋଜନାରେ ଦାରିଙ୍ଗବାଡି ଠାରୁ ଫୁଲବାଣୀ ଜିଲ୍ଲା ସଦର ମହକୁମା କୁ ଯାତାୟାତ କରିବା ପାଇଁ ରାଜ୍ୟ ସରକାର ଏକ ଏସି ବସ ଚଳାଚଳ କରିବାର ବ୍ୟବସ୍ଥା କରିଥିଲେ । ଗତ ବର୍ଷ ମାର୍ଚ୍ଚ ମାସରୁ ଚଳାଚଳ ଆରମ୍ଭ ହୋଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚଳାଚଳ ହେଲା । ତାପରେ ଏହି ୬ ମାସରୁ ଉର୍ଦ୍ଧ୍ବ ଦିନ ହେବ ହେବ ଏହି ଏସି ବସ ଆଉ ଚଳାଚଳ କରୁ ନାହିଁ । ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ଏସି ବସ ସରକାରୀ ଆଣିଥିଲେ ତାହା ଏବେ ଦାରିଙ୍ଗବାଡି ପଥପ୍ରାନ୍ତ ସେବା କେନ୍ଦ୍ର ମଧ୍ୟରେ ଠିଆ ହୋଇ ଖତ ଖାଉଛି । ଗାଡ଼ି ଠିଆ ହୋଇ ରହିବା ଫଳରେ ଯାତ୍ରୀ ମାନେ ଯାତାୟାତ କରିବାର ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି । ଏଭଳି କିଛି ଅଭିଯୋଗ  ଆସିଚି ଦାରିଙ୍ଗବାଡି ଅଞ୍ଚଳରେ । 

ଦାରିଙ୍ଗବାଡି ବ୍ଲକରେ ୨୫ ଟି ପଞ୍ଚାୟତ ରହିଛି। ଲୋକ ସଂଖ୍ୟା ୧ ଲକ୍ଷ ୪୫ ହଜାର ରୁ ଉର୍ଦ୍ଧ । ପ୍ରତ୍ୟେକ ଦିନ ଦାରିଙ୍ଗବାଡି ଅଞ୍ଚଳର ଶହ ଶହ ଲୋକଙ୍କର ଜିଲ୍ଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟ ରହୁଥିବା ବେଳେ ଲୋକେ ଏସି ବସ ଚଳାଚଳ କରୁ ନଥିବ ଯୋଗୁଁ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବସ୍ ସକାଳେ ୭ ଟା ବେଳେ ଦାରିଙ୍ଗବାଡି ରୁ ବାହାରି ଫୁଲବାଣୀରେ ସାଢେ଼ ୯ ମଧ୍ୟରେ ପହଞ୍ଚୁ ଥିବା ବେଳେ ପୁଣି ଅପରାହ୍ନ ୪ ଟା ସମୟରେ ଫୁଲବାଣୀ ରୁ ବାହାରି ସନ୍ଧ୍ୟା ୭ ମଧ୍ୟରେ ଦାରିଙ୍ଗବାଡି ରେ ପହଞ୍ଚୁ ଥିଲା । ଫଳରେ ଲୋକେ ଅଫିସ ସମୟ ଅନୁସାରେ ସଠିକ୍ ସମୟରେ ନିଜେ ନିଜର ବିଭିନ୍ନ କାର୍ଯ୍ୟ ସାରି ଫେରି ପାରୁଥିଲେ । ଏପରିକି ମହିଳା ମାନେ ୧୦ ଟଙ୍କା ଦେଇ ଜିଲ୍ଲା ସଦର ମହକୁମା କୁ ଯାତାୟାତ କରି ପାରୁଥିଲେ  । ହେଲେ ତାହା ଏବେ ବନ୍ଦ ହୋଇଯାଇ ଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ଯେ ଦାରିଙ୍ଗବାଡି ଅଞ୍ଚଳର ଲୋକେ ଏହି ବସ ଉପରେ ନିର୍ଭର କରୁଥିଲେ ତାହା ନୁହେଁ ବରଂ କ.ନୂଆଗାଁ, ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଲୋକେ ମଧ୍ୟ ଏହି ବସ ଉପରେ ନିର୍ଭର କରୁଥିଲେ । ଏଣୁ ଦାରିଙ୍ଗବାଡି ଭଳି ଏକ ପ୍ରମୁଖ ସ୍ଥାନରୁ ପୁଣି ଥରେ ଏସି ବସ୍ ଚଳାଚଳ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.