ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

୧୫ ଜାନୁଆରୀରେ ନାମାଙ୍କନ ଭରିବେ ଅବଧ ଓଝା, ଇସିଙ୍କୁ ସାକ୍ଷାତ୍ କରିବା ପରେ କହିଲେ କେଜ୍ରିୱାଲ

Published By : Prameya | January 13, 2025 5:54 PM

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ପ୍ରାର୍ଥୀ ଅବଧ ଓଝାଙ୍କ ପଟପଡ଼ଗଞ୍ଜ ଆସନରୁ ନାମାଙ୍କନ ଦାଖଲ କରିବାର ରାସ୍ତା ସ୍ପଷ୍ଟ ହୋଇ ଯାଇଛି। ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତାଙ୍କର ଭୋଟ୍‌ ଟ୍ରାନ୍ସଫର ମାମଲାକୁ ନେଇ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି, ଏହାପରେ ଏବେ ଗ୍ରେଟର ନୋଏଡାରୁ ଦିଲ୍ଲୀକୁ ତାଙ୍କର ଭୋଟ୍‌ ଟ୍ରାନ୍ସଫର କରି ଦିଆ ଯିବ।

ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବା ପରେ ଏହି ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଅବଧ ଓଝା ୧୫ ଜାନୁଆରୀରେ ନାମାଙ୍କନ ଦାଖଲ କରିବେ। ଏହାସହ ସେ ନିର୍ବାଚନ ଆୟୋଗକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ସୋମବାର ସକାଳେ ଅରବିନ୍ଦ କେଜ୍ରିୱାଲ ସାମ୍ୱାଦିକ ସମ୍ମିଳନୀ କରି କହି ଥିଲେ କି, ଅବଧ ଓଝାଙ୍କର ଭୋଟ୍‌ ଗ୍ରେଟର ନୋଏଡାରେ ତିଆରି ହୋଇଛି। ଦିଲ୍ଲୀରେ ଭୋଟ ଟ୍ରାନ୍ସଫର କରିବାକୁ ସେ ୭ ଜାନୁଆରୀରେ ଫର୍ମ -୮ ଭରି ଥିଲେ। ୭ଜାନୁଆରୀ ଫର୍ମ ଭରିବାର ଶେଷ ତାରିଖ ଥିଲା। କିନ୍ତୁ ୨୪ ଘଣ୍ଟା ଭିତରେ ଏହି ଅର୍ଡର ବଦଳାଇ ଦିଆ ଗଲା ଏବଂ ଶେଷ ତାରିଖ ୬ ଜାନୁଆରୀ କରି ଦିଆ ଗଲା। ସେ ଏହି ମାମଲାରେ ନିର୍ବାଚନ ଆୟୋଗ ସହ ସାକ୍ଷାତ କରିବା କଥା କହିଥିଲେ , କାରଣ ଏଥିରେ ତାଙ୍କର ନିର୍ବାଚନ ଲଢିବା ଉପରେ ପ୍ରଶ୍ନ ଉଠିଥିଲା।

ଆଜି ଦ୍ୱିପ୍ରହର ୩ଟା ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍‌ ଆଦମୀ ପାର୍ଟିର ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଭେଟି ଥିଲେ। ଏହାପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପଟପଡଗଞ୍ଜରେ ଆପ୍‌ ପ୍ରାର୍ଥୀ ଅବଧ ଓଝାଙ୍କ ଭୋଟ୍‌ ଟ୍ରାନ୍ସଫର କରିବାର ଆଦେଶ ଦେଇଛନ୍ତି। 

ଏହା ସହ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି କି, ନୂଆଦିଲ୍ଲୀ ବିଧାନସଭାରେ ବିଜେପିର ସାଂସଦ ଓ ମନ୍ତ୍ରୀଙ୍କ ବଙ୍ଗଳାର ଠିକଣାରେ ତିଆରି କରାଯାଉ ଥିବା ଫେକ୍‌ ଭୋଟ୍‌ ଉପରେ ମଧ୍ୟ ଆକ୍ସନ ଦେବାର ଭରସା ଦିଆଯାଇଛି।   

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.