ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦିଲ୍ଲୀର ରମେଶ ନଗରରେ ମିଳିଲା ୨୦୦୦କୋଟିର କୋକିନ, ଡ୍ରଗ୍ସ ଆଣିଥିବା ବ୍ୟକ୍ତି ଫେରାର

ନୂଆଦିଲ୍ଲୀ, ୧୦/୧୦ : ନୂଆଦିଲ୍ଲୀର ରମେଶ ନଗରରେ ପୋଲିସ ୨୦୦୦କୋଟିର କୋକିନ ଜବତ କରିଛି । ଡ୍ରଗ୍ସ ନେଇଥିବା ବ୍ୟକ୍ତି ଲଣ୍ଡନ ଫେରାର ହୋଇଯାଇଛନ୍ତି । ଜବତ ହୋଇଥିବା କୋକିନର ଓଜନ ପ୍ରାୟ ୨୦୦କେଜି ବୋଲି କୁହାଯାଉଛି । ଯେଉଁ କାର‌ରେ କୋକିନ ଅଣାଯାଇଥିଲା ସେଥିରେ ଜିପିଏସ ଲାଗିଥିଲା । ପୋଲିସ କୋକିନ ଚୋରା ଚାଲାଣକାରୀଙ୍କୁ ଗିରଫ ଲାଗି ଚଢଉ ଜାରି ରଖିଛି ।

ପୋଲିସ ଜିପିଏସ ଲୋକେଶନକୁ ଟ୍ରାକ୍ କରି ପହଞ୍ଚିଥିଲା । ଏହି କୋକିନ ବି ଉକ୍ତ ସିଣ୍ଡିକେଟର ଅଟେ ଯାହାଙ୍କୁ ୫୬୦୦କୋଟିର କୋକିନ ସହ ଧରାଯାଇଥିଲା । ଏବେ ପର୍ଯ୍ୟନ୍ତ ପ୍ରାୟ ୭୬୨କିଲୋ କୋକିନ ଜବତ କରାଯାଇଛି । ଏହି କୋକିନର ଦେଶରେ ସବୁଠାରୁ ବଡ଼ ଧରଣର ବୋଲି କୁହାଯାଏ । 

ଏହା ପୂର୍ବରୁ ପଞ୍ଜାବରେ ଏକ ବଡ଼ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ହୋଇଥିଲା । ୫୬୦୦କୋଟିର ଡ୍ରଗ୍ସ ସିଣ୍ଡିକେଟ ମାମଲାରେ ପ୍ରାୟ ୧୦କୋଟିର କୋକିନ ପଞ୍ଜାବରୁ ଜବତ ହୋଇଥିଲା । ଦୁବାଇ ଏବଂ ୟୁକେରୁ ବଡ଼ ଧରଣର ବ୍ୟବସାୟ କରିବାକୁ ଟାର୍ଗେଟ ସିଣ୍ଡିକେଟକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.