ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆଧ୍ୟାଦେଶ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ; ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦/୦୭: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି ନିୟମ ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନିଜ ଆବେଦନରେ ସଂଶୋଧନ କରିବା ଏବଂ ମାମଲାରେ ଉପରାଜ୍ୟପାଳଙ୍କୁ ଏକ ପକ୍ଷ ଭାବେ ସାମିଲ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି, ଏଥିରେ ଜଷ୍ଟିସ୍‌ ପି.ଏସ୍‌ ନରୁସିମ୍‌ହା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଥିଲେ।

AAP hits out at PM Modi after Centre brings Ordinance on control of  services in Delhi | Mint #AskBetterQuestions

ପଢ଼ନ୍ତୁ: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ‘ସରକାରଙ୍କୁ ଏଭଳି ବୋକା ବନାଇ ପାରିବେନି’

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟଙ୍କୁ କହିଥିଲେ ଯେ ସେ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏହି ନିୟମ ଉପରେ ଦୀର୍ଘ ବିତର୍କ ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଦୁଇ ସପ୍ତାହ ମଧ୍ୟରେ ଏହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କୁ ଏକ ପକ୍ଷକାର ଭାବରେ ସାମିଲ କରିବାକୁ ଆବେଦନକୁ ସଂଶୋଧନ କରିବାକୁ ମଧ୍ୟ ଦିଲ୍ଲୀ ସରକାରଙ୍କୁ ଅନୁମତି ଦିଆଯାଇଛି। ଦିଲ୍ଲୀ ସରକାର ଏହି ଅଧ୍ୟାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ।

ଅଧ୍ୟାଦେଶରେ କ'ଣ କୁହାଯାଇଥିଲା?

ଦୀର୍ଘ ଦିନ ଧରି ଉଚ୍ଚବାଚ ପରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ପ୍ରଶାସନିକ ସେବାର ଅଧିକାର ମିଳିଥିଲା। ତେବେ ଅଧ୍ୟାଦେଶ ଆଧାରରେ କେନ୍ଦ୍ର ଏହାକୁ ଫେରାଇ ନେଇଥିଲା। ମେ ୧୯ ତାରିଖରେ ଗ୍ରୁପ ଏ ଅଧିକାରୀଙ୍କ ବଦଳି, ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ଏକ କମିଟି ଗଠନ କରି କେନ୍ଦ୍ର ସରକାର ଦିଲ୍ଲୀରେ ‘ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର(ସଂଶୋଧନ) ଅଧ୍ୟାଦେଶ ୨୦୨୩’ ଜାରି କରିଥିଲା। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ସେହି ଆଦେଶକୁ ବଦଳାଇ ଅଧ୍ୟାଦେଶ ଜାରି କରିଥିଲେ, ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟ ପୋଲିସ, ସାର୍ବଜନୀନ ଆଦେଶ ଏବଂ  ଜମି ମାମଲାକୁ ବାଦ୍ ଦେଇ ଅନ୍ୟ ସବୁ ସେବାର ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କୁ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମେ ୧୧ର ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଉପରେ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.