ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଏଥର ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ, ଲାଗିଲା ବ୍ୟାନ୍‌

Published By : Prameya | October 14, 2024 3:23 PM

ନୂଆଦିଲ୍ଲୀ,୧୪।୧୦: ଆସିବାକୁ ଯାଉଛି ଶୀତ ଦିନ। ଆଉ ଶୀତ ଦିନ ଆସିବା ମାତ୍ରେ ଦିଲ୍ଲୀରେ ପ୍ରଦୂଷଣର ଚର୍ଚ୍ଚା ଆରମ୍ଭ ହୋଇଥାଏ। ଏହାକୁ ନେଇ ଦିଲ୍ଲୀ ସରକାର  ଜରୁରୀ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୁଣିଥରେ ରାଜଧାନୀ ଦିଲ୍ଲୀରେ ବାଣର ବ୍ୟବହର ଉପରେ ଲାଗୁ ହୋଇଛି କଟକଣା। ଦିଲ୍ଲୀରେ ଆଜିଠାରୁ ଅର୍ଥାତ ୧୪ ଅକ୍ଟୋବରରୁ ନେଇ ଆସନ୍ତ ବର୍ଷ ୧ ଜାନୁଆରୀ ପର୍ଯ୍ୟନ୍ତ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି। ଦିଲ୍ଲୀ ସରକାର ଏଥିପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି।

ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଶୀତ ଦିନରେ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଏହି କଟକଣା ଲାଗୁ କରାଯାଇଛି। ପରିବେଶର ସ୍ୱଚ୍ଛତା ବିଷୟରେ ସଚେତନ ହେବା ଏବଂ ପ୍ରଦୂଷଣକୁ ରୋକିବାରେ ସରକାରଙ୍କ ସହ ସହଯୋଗ କରିବାକୁ ଦିଲ୍ଲୀବାସୀଙ୍କୁ ମନ୍ତ୍ରୀ ଗୋପାଳ ରାୟ ନିବେଦନ କରିଛନ୍ତି।

ନିର୍ଦେଶ ଅନୁସାରେ, ଏହି କଟକଣା ବାଣର ଅନଲାଇନ୍ ବିକ୍ରି ଉପରେ ମଧ୍ୟ ଲାଗୁ ହେବ। ଦିଳ୍ଲୀ ପୋଲିସ ନିର୍ଦେଶ ଲାଗୁ କରିବା ସହ ପ୍ରତିଦିନ ଆକ୍ସନ ରିପୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ଦେବା ପାଇଁ କୁହାଯାଇଛି। ଦିଲ୍ଲୀ ଓ ଏନ୍‌ସିଆର ସହିତ ପ୍ରାୟ ଉତ୍ତର ଭାରତରେ ଶୀତ ଦିନ ଆରମ୍ଭ ହେବା ସହ କଟକଣା ସ୍ତର ବଢିବାରେ ଲାଗିଥାଏ। ଦିଲ୍ଲୀରେ ବାଣ ଓ ପଡୋଶୀ ରାଜ୍ୟରେ ପାଳ ଜାଳିବା ଦ୍ବାରା ବାୟୁ ପ୍ରଦୂଷଣ ବଢିଥାଏ। ଏହି ଦଶହରାରେ ବିଭିନ୍ନ ସ୍ଥାନରେ ରାବଣପୋଡିରେ ବାଣ ବ୍ୟବହାର ହେବା ଯୋଗୁଁ ପ୍ରଦୂଷଣ ଖୁବ୍ ବଢି ଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.