ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା

ଉଦଳା,୦୪/୧୦: ନବଜାତକ ଶିଶୁ ପୁତ୍ରକୁ ପୋଲ ତଳେ ଛାଡି ଚାଲିଗଲା ମା । ଅଠଣଗାଁ ନଦୀ ପୋଲ ତଳେ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଗୁରୁବାର ସକାଳ ସମୟରେ ନଦୀରେ ଲୋକ ଗାଧୋଉଥିବା ସମୟରେ ଏକ ପଥର ସନ୍ଧିରେ ନବଜାତ ଶିଶୁଟି କାନ୍ଦୁଥିବାର ଶୁଣିବାକୁ ପାଇଥିଲେ ସ୍ଥାନୀୟଲୋକେ । ଗାଁ ଲୋକ ସେଠାକୁ ଯାଇ ଦେଖିଥିଲେ । ସେଠାରେ ଏକ ନବଜାତ ଶିଶୁ ପୁତ୍ର ଏକ ବ୍ୟାଗରେ ଭିତରେ କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ ।  ଗାଁ ଲୋକଙ୍କ ଭିତରୁ ତାପସ ସେନାପତି ଓ ରୀନାରାଣୀ ସଙ୍ଗେ ସଙ୍ଗେ ପିଲାଟିକୁ ଉଦଳା ଡାକ୍ତରଖାନାକୁ ନେଇ ଆସିଥିଲେ । ଉଦଳା ଡାକ୍ତରଖାନାରେ ଶିଶୁଟିକୁ ଆଇ.ସି.ୟୁରେ ରଖାଯାଇଥିବା ବେଳେ ଶିଶୁଟି ସୁସ୍ଥ ଥିବାର ଡାକ୍ତର କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.