ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ

Published By : Harapriya Sethi | October 5, 2024 12:16 PM

ଭୁବନେଶ୍ବର ୦୫/୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ । ଏନେଇ ସୂଚନା ଦେଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା । ଇଣ୍ଟରନାଲ୍, ପ୍ରାକ୍ଟିକାଲ୍ ଏବଂ ମେନ୍ ପରୀକ୍ଷା ହେବ।

ସୂଚନା ମୁତାବକ, ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ ବୋଲି ସେ କହିଛନ୍ତି । ଇଣ୍ଟରନାଲ୍ ଓ ମେନ୍ ପରୀକ୍ଷା । ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ୍ ପରୀକ୍ଷା ଏବଂ ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଫେବୃୟାରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ୍ ପରୀକ୍ଷା ହେବ । ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ।

ତେବେ ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ ଅପ ଚାଲିଛି । ଯେଉଁମାନେ କରି ନାହାନ୍ତି, ସେମାନେ ଫାଇନ ଡେଟରେ ଫାଇନ ଭରି ଫର୍ମ ଫିଲ ଅପ କରିବେ । ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫% ନଥିବ, ସେମାନଙ୍କୁ ଆଡମିଟ କାର୍ଡ ମିଳିବ ନାହିଁ । ଯେଉଁ କଲେଜରେ ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରାଇବାକୁ ଡକ୍ଟର ପ୍ରଶାନ୍ତ କୁମାର ପରିଡା ନିର୍ଦ୍ଦେଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.