ପୁରୀ, ୩୦/୧୨ : ଶ୍ରୀମନ୍ଦିରରେ ଅଘଟଣ। ଠେଲାପେଲା ଯୋଗୁଁ ୧୦ ଶ୍ରଦ୍ଧାଳୁ ଅସୁସ୍ଥ। ଠାକୁରଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା ହୋଇଛି। ସମସ୍ତ ଅସୁସ୍ଥଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ନୂଆବର୍ଷ ଆସୁଥିବା ଯୋଗୁଁ ଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଏପିରିକି ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସୋମବାର ସକାଳେ ପ୍ରବଳ ଭିଡ଼ ଯୋଗୁଁ ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠାକୁରଙ୍କୁ ଦର୍ଶନ ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଫଲରେ ୧୦ ଜଣ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।