ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ

Published By : Prameya | December 30, 2024 8:21 AM

ପୁରୀ, ୩୦/୧୨ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆକଳନ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ନେଇ କଟକଣା ଜାରି ହୋଇଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ପୁଲିସ ସୂଚନା ଦେଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତର ପାର୍ଶ୍ୱ ଓ ବାହାର ପାର୍ଶ୍ୱ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭିତର ପାର୍ଶ୍ୱ ୫ଟି ଜୋନ୍‌ରେ ଏବଂ ବାହାର ପାର୍ଶ୍ୱରେ ୪ଟି ଜୋନ୍‌ରେ ପୁଲିସ ନିୟୋଜିତ ରହିବେ । 

ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ନୋ ଭେହିକିଲ୍‌ ଜୋନ୍‌ । ଏହାସହ ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ତାରିଖ, ଇଂରାଜୀ ନୂଆ ବର୍ଷର ଦିନ ପ୍ରବଳ ଭିଡ଼ ଅନୁମାନ କରାଯାଇଛି । ଏହି ୨ ଦିନ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି । ସେହିପରି ମେଡିକାଲ ଛକଠୁ ସୁଭାଷ ବୋଷ ଛକ ଏବଂ ସୁଭାଷ ବୋଷ ଛକଠୁ ଲାଇଟ୍‌ହାଉସ୍‌ ପର୍ଯ୍ୟନ୍ତ ବେଳାଭୂମି ମାର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଚାରିଚକିଆ ଯାନ ଚଳାଚଳା ନିଷେଧ କରାଯାଇଛି । କେବଳ ଯେଉଁ ପର୍ଯ୍ୟଟକମାନେ ହୋଟେଲ ବୁକିଂ ସ୍ଳିପ୍‌ ଦେଖାଇବେ ସେମାନଙ୍କ ଗାଡ଼ିକୁ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ । 

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ବାଟଗାଁ, ଚାରିନଳା, ଅଠରନଳା ଓ କୁମ୍ଭାରପଡ଼ା ଥାନାଛକ ଦେଇ ଜେଲ୍‌ରୋଡ ପାର୍କିଂ ବା ମେଡିକାଲ ଛକରୁ ବାମପାର୍ଶ୍ୱରେ ଆସି ବଡ଼ଶଙ୍ଖ ଓ ଶରଧାବାଲିରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ତାଳବଣିଆ ପାର୍କିଂରେ ପାର୍କିଂ କରିବେ । ଦୁଇଚକିଆ ଗାଡ଼ିଗୁଡ଼ିକ ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସରେ ପାର୍କିଂ କରିବେ । ସେଠାରେ ଜାଗା ନ ହେଲେ ମାର୍କେଟଛକଠୁ ମେଡିକାଲ ଛକ ପର୍ଯ୍ୟନ୍ତ ଗ୍ରାଣ୍ଡରୋଡରେ ପାର୍କିଂ କରିବେ । ଅନ୍ୟପଟରେ ତାଳବଣିଆ ପାର୍କିଂରୁ ତିନି ଚକିଆ ଗାଡ଼ିଗୁଡ଼ିକ ୱାଟର ୱାର୍କସ୍‌ ରୋଡ, ଓଡ଼ିଶା ବେକେରି, ରାମ ମନ୍ଦିର, ଘୋଡ଼ାବଜାର ଛକ ଦେଇ ରେଡକ୍ରସ ରୋଡରେ ଯାତ୍ରୀଙ୍କୁ ଓହ୍ଳାଇ ପୁଣି ସେହି ରାସ୍ତା ଦେଇ ତାଳବଣିଆକୁ ଫେରିବେ ବୋଲି ନିଷ୍ପତ୍ତି ହୋଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.