ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ପ୍ରମେୟ ଗୃହଲକ୍ଷ୍ମୀ ୨୦୨୪ : ମିନତି ପିନ୍ଧିଲେ ବଜୟ ମୁକୁଟ

Published By : Prameya | December 28, 2024 3:10 PM

କଟକ,୨୮/୧୨ : ମୁରୁଜ ଓ ଶଙ୍ଖନାଦ ପ୍ରତିଯୋଗିତାର ଫଳାଫଳ ଘୋଷଣା ସରି, କୃତୀ ପ୍ରତିଯୋଗୀମାନେ କୁଇଜ୍‌ର ଉତ୍ତର ଲେଖି ସାରିଥାନ୍ତି । ସମସ୍ତଙ୍କ ଭିତରେ ଉତ୍ସାହ, କୌତୂହଳ । ପ୍ରମେୟ ଓ ନ୍ୟୁଜ୍‌ ୭’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ରଙ୍କ ଘୋଷଣାକୁ ଅପେକ୍ଷା କରି ରହିଥାନ୍ତି ସାରଳା ଭବନରେ ଉପସ୍ଥିତ ଶତାଧିକ ପ୍ରତିଯୋଗୀ ଓ ସେମାନଙ୍କ ପରିବାରବର୍ଗ । ସମ୍ପାଦକ ଶ୍ରୀ ମହାପାତ୍ର ଘୋଷଣା କଲେ, ଏ ବର୍ଷର ଗୃହଲକ୍ଷ୍ମୀ ହେଲେ ମିନତି ସାହୁ । କରତାଳି, ହୁଳହୁଳିରେ କମ୍ପି ଉଠିଲା ସଭାସ୍ଥଳୀ । ଗୃହଲକ୍ଷ୍ମୀ ବିଜୟିନୀ ପତ୍ନୀ ମିନତିଙ୍କୁ ହାତ ଧରି ମଞ୍ଚକୁ ଆଣି ଆସିଲେ ସ୍ୱାମୀ ଭରତ ଚନ୍ଦ୍ର ସାହୁ । ଉତ୍ସବର ପରମ୍ପରା ଅନୁସାରେ କ୍ରାଉନ୍‌ (ମୁକୁଟ) ଓ ଗାଉନ୍‌ ପିନ୍ଧିଲେ ମିନତି । ଚକ୍‌ମକ୍‌ କରୁଥିବା ଗୃହଲକ୍ଷ୍ମୀ ଟ୍ରଫି ଓ ଉପହାର ବି ଗ୍ରହଣ କଲେ । ଗୃହଲକ୍ଷ୍ମୀ ମିନତିଙ୍କ ମଥାରେ ସିନ୍ଦୂର ଦେଇ ଦାମ୍ପତ୍ୟ ଜୀବନର ମଧୁରତାକୁ ତାଜା କରିଦେଲେ ଭରତ । - ଏଭଳି କିଛି ଆବେଗଭରା ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ପ୍ରମେୟ-ନ୍ୟୁଜ୍‌ ୭’ ଦ୍ୱାରା ଆୟୋଜିତ ‘ଗୃହଲକ୍ଷ୍ମୀ-୨୦୨୪’ ପ୍ରତିଯୋଗିତାର ମଞ୍ଚରେ । 

କଟକ ସହରରେ କାର୍ଯ୍ୟରତ ଖବରକାଗଜ ବିତରକ ବନ୍ଧୁମାନଙ୍କ ସହଧର୍ମିଣୀମାନଙ୍କୁ ଗୋଟିଏ ଜାଗାରେ ଏକଜୁଟ୍‌ କରିବା, ସେମାନଙ୍କ ପ୍ରତିଭାକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ଆୟୋଜନ କରିଥିଲା ପ୍ରମେୟ- ନ୍ୟୁଜ୍‌ ୭ । ମୁରୁଜ (ଝୋଟି) ଓ ଶଙ୍ଖନାଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦୁଇ ପ୍ରତିଯୋଗିତାରେ ୨୩୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସାରଳା ଭବନର ଉପର ମହଲାରେ ପଞ୍ଚବର୍ଣ୍ଣୀ ମୁରୁଜରେ ବେଶ୍‌ ଆକର୍ଷଣୀୟ ଝୋଟି ପକାଇଥିଲେ ପ୍ରତିଯୋଗୀମାନେ । ସେହିପରି ତଳମହଲା ମଞ୍ଚରେ ଶଙ୍ଖବଜା ପ୍ରତିଯୋଗିତାରେ ଭାଗ ନେଇ ଶଙ୍ଖ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ କରିଥିଲେ ଗୃହିଣୀମାନେ । ଦୁଇ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ଖ୍ୟାତନାମା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡଙ୍ଗୀ, ରଘୁନାଥଜିଉ ଜୁନିୟର୍‌ କଲେଜର ଅଧ୍ୟକ୍ଷା ତଥା ଖ୍ୟାତନାମା ସମ୍ବାଦପାଠିକା ଡକ୍ଟର ସ୍ନେହଲତା ମିଶ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରିୟଦର୍ଶିନୀ ମହାନ୍ତି ଓ ନମିତା ମହାନ୍ତି (ପଟ୍ଟନାୟକ) । 

ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ଆଧାରରେ ଉଭୟ ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣଙ୍କୁ ଚୟନ କରାଯାଇଥିଲା । ମୁରୁଜରେ ୱାଇ. କୁମାରୀ ପ୍ରଥମ, ମିନତି ସାହୁ ଦ୍ୱିତୀୟ ଓ ଆରତି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶଙ୍ଖନାଦ ପ୍ରତିଯୋଗିତାରେ ଅତସୀ ବେହେରା, କାଦମ୍ବିନୀ ପ୍ରଧାନ, କବିତା ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦୁଇ ବର୍ଗର ୬ଜଣ କୃତୀ ପ୍ରତିଯୋଗୀଙ୍କୁ ନେଇ ପରେ ଏକ ଲିଖିତ କୁଇଜ୍‌ ପରୀକ୍ଷା ହୋଇଥିଲା । ସେଥିରେ ବାଜିମାତ୍‌ କରି ‘ଗୃହଲକ୍ଷ୍ମୀ-୨୦୨୪’ ମୁକୁଟ ପିନ୍ଧିଥିଲେ ମିନତି ସାହୁ । ୬ କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ସହ ଉପହାର ପ୍ରଦାନ କରାଯାଇଥିବା ବେଳେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ- ନ୍ୟୁଜ୍‌ ୭ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇ କହିଥିଲେ, ବିତରକ ବନ୍ଧୁମାନେ ହେଲେ ଆମ ପରିବାରର ସଦସ୍ୟ । ବର୍ଷ ତମାମ୍‌ ସେମାନଙ୍କୁ ନେଇ ଆମେ ବିଭିନ୍ନ କାର୍ଯ୍ୟକ୍ରମ କରିଥାଉ । କିନ୍ତୁ ସେମାନଙ୍କ ସହଧର୍ମିଣୀମାନଙ୍କୁ ନେଇ ୯ ବର୍ଷ ତଳେ ଆମେ ଭୁବନେଶ୍ୱରରେ ପ୍ରଥମଥର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ କରିଥିଲୁ । ପରେ ବିଭିନ୍ନ ସହରରେ କରି ଆସୁଛୁ । କଟକରେ ଏ କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ବେଶ୍‌ ସଫଳତାର ସହ ଆୟୋଜନ ହେଉଛି । ଘରଣୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରମେୟ-ନ୍ୟୁଜ୍‌ ୭ ଏମିତିକା ଏକ ମଞ୍ଚ ଦେଉଛି । ପ୍ରତିଯୋଗିତା ମାଧ୍ୟମରେ ନିଜ ପାରଦର୍ଶିତା ପ୍ରମାଣିତ କରିପାରୁଛନ୍ତି ଗୃହଲକ୍ଷ୍ମୀମାନେ । 

ଏଠି ଅଂଶ ଗ୍ରହଣ କରିଥିବା ସବୁ ପ୍ରତିଯୋଗୀମାନେ ଜଣେ ଜଣେ ବିଜୟିନୀ । କାରଣ ପରିବାର ଚଳାଇବାରେ ସେମାନଙ୍କ ଉଦ୍ୟମ ଓ ସହଭାଗିତା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ପ୍ରମେୟ-ନ୍ୟୁଜ୍‌ ୭ ଗ୍ରୁପ୍‌ର ସିଇଓ ସୁନିଲ ଦାସ ନିଜ ବକ୍ତବ୍ୟରେ କହିଥିଲେ, ଡିଜିଟାଲ୍‌ ଯୁଗରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ମାୟାରେ ସମସ୍ତେ ପଡ଼ିଛନ୍ତି । ଆମେ ଆମ କଳା, ସଂସ୍କୃତି ଓ ଐତିହ୍ୟଠାରୁ ଦୂରେଇ ଯାଉଛୁ । ରିୟଲ୍‌ ଲାଇଫ୍‌ରୁ ରିଲ୍‌ ଲାଇଫ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ସ୍ଥିତିରେ ପ୍ରମେୟ-ନ୍ୟୁଜ୍‌ ୭ ଝୋଟି ଓ ଶଙ୍ଖନାଦ ପ୍ରତିଯୋଗିତା କରି ଆମ ପରମ୍ପରାକୁ ମନେ ପକାଇବାକୁ ଉଦ୍ୟମ କରୁଛି । ଆଜିର ପ୍ରତିଯୋଗିତା ଅର୍ଥାତ୍‌ ଝୋଟି ଓ ଶଙ୍ଖନାଦ ପଛରେ ବିଜ୍ଞାନ ବି ଜଡ଼ିତ ରହିଛି । ଶଙ୍ଖ ବଜାଇବା ଦ୍ୱାରା ଫୁସ୍‌ଫୁସ୍‌ ସୁସ୍ଥ ରହେ । ତେଣୁ କେବଳ ପ୍ରତିଯୋଗିତା ନୁହେଁ ଶାରୀରିକ ସୁସ୍ଥତା ମଧ୍ୟ ଏହି ଆୟୋଜନ ପଛର ଉଦ୍ଦେଶ୍ୟ ବୋଲି ଶ୍ରୀ ଦାସ ମତ ଦେଇଥିଲେ । ପ୍ରତିଯୋଗିତାର ବିଚାରକ ତଥା ବରେଣ୍ୟ ଅତିଥି ଡାକ୍ତର ସରୋଜିନୀ ଷଡଙ୍ଗୀ ଓ ଡକ୍ଟର ସ୍ନେହଲତା ମିଶ୍ର ନିଜ ନିଜ ବକ୍ତବ୍ୟରେ ‘ପ୍ରମେୟ’ ଗ୍ରୁପ୍‌ର ଏଭଳି ନିଆରା ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଚାରକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଅନ୍ୟତମ ବରେଣ୍ୟ ଅତିଥି ପ୍ରମେୟ ପ୍ରସାର ବିଭାଗର ଡିଜିଏମ୍‌ ଗଜେନ୍ଦ୍ର ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏଜିଏମ୍‌ ରମାକାନ୍ତ ମଲ୍ଲିକ ବିତରକ ବନ୍ଧୁମାନଙ୍କ ପାଇଁ ପ୍ରମେୟର କଲ୍ୟାଣମୂଳକ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । ପ୍ରମେୟର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, କଟକ ଏଜିଏମ୍‌ ରବିନାରାୟଣ ଦାଶ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଡିଜିଏମ୍‌-ନ୍ୟୁଜ୍‌ ମାନସ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରସାର ବିଭାଗ ମ୍ୟାନେଜର ଚନ୍ଦ୍ରକାନ୍ତ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପ୍ରସାର ଅଧିକାରୀ ମିଲନ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ପିଠାପୁର ତାରାଚାନ୍ଦପାଟଣାର ଅନୁଷ୍ଠାନ ଶିଳ୍ପୀ କଳା ନିକେତନର ଶିଳ୍ପୀ ସୋନାଲି ପ୍ରିୟଦର୍ଶିନୀ ବିଶ୍ୱାଳ, ମଧୁସ୍ମିତା ପାଣିଗ୍ରାହୀ, ସୋନାକ୍ଷୀ ସିହ୍ନା, ସୁଚିତ୍ର ଖୁଣ୍ଟିଆ, ଅନନ୍ୟ ସ୍ୱାଇଁ, ଚିତ୍ରାଞ୍ଜଳି ବେହେରା, ରୋଶନ କୁମାର ଦାସଙ୍କ ଓଡ଼ିଶୀ ଓ ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା । ସେହିପରି କୁନି କଳାକାର ସ୍ନିଗ୍ଧା ମହାନ୍ତିଙ୍କ ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ । ଏହି ଅବସରରେ ନୃତ୍ୟଶିଳ୍ପୀମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରସାର ବିଭାଗର ଶକ୍ତି ପ୍ରସାଦ ପତି, ସୁଦର୍ଶନ ଷଡଙ୍ଗୀ, ସତ୍ୟବାନ ଷଡଙ୍ଗୀ, ସ୍ମୃତି ରଞ୍ଜନ ଷଡଙ୍ଗୀ, ସନ୍ତୋଷ ଦାଶ, ଅଭିଷେକ ପରିଡ଼ା, ଶଶିକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.