ପ୍ରମୂଖ ଖବର
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ବାତ୍ୟା ‘ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି ; ହବାଳିଖଟିରେ ବାତ୍ୟା କେନ୍ଦ୍ର

ଭୁବନେଶ୍ୱର୨୫/୧୦ : ବାତ୍ୟା ‘ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭିତରକନିକା ହବାଳିଖଟି ନ୍ୟାଚର କ୍ୟାମ୍ପ ନିକଟରେ ବାତ୍ୟାର କେନ୍ଦ୍ର ରହିଛି ।

ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଓଡିଶା ଉପକୂଳକୁ ଭିତରକନିକା ଏବଂ ଧାମରା ନିକଟ ଦେଇ ୧ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୦୦-୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିବ । ଆଇଏମଡିର ସୂଚନା ଅନୁସାରେ ବାତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି ଏବଂ ୱାଲ୍ କ୍ଲାଉଡ୍ ସ୍ଥଳଭାଗରେ ପ୍ରବେଶ ଜାରି ରଖିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ଅକ୍ଟୋବର ୨୫ ତାରିଖ ସକାଳ ଯାଏ ଜାରି ରହିବ ।

ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳରେ ରାସ୍ତାରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ଓଡ୍ରାଫ୍ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଛନ୍ତିl କେନ୍ଦ୍ରାପଡା ଜିଲାର ୯ଟି ବ୍ଲକର ୨୪୯ ଗୋଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.