ପ୍ରମୂଖ ଖବର
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’

ଭୁବନେଶ୍ୱର,୨୫/୧୦ : ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କଲା ‘ଦାନା’ । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଛି ଦାନା । ଭିତରକନିକା ହବାଳିଖଟିରେ ସ୍ଥଳଭାଗ ଛୁଇଁଛି । ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ “ଦାନା” ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା ।

ଆଇଏମଡିର ସୂଚନା ଅନୁସାରେ 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି । ବାତ୍ୟାର ରିୟର ସେକ୍ଟର ସ୍ଥଳଭାଗରେ ପ୍ରବେଶ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୨ରୁ ୩ ଘଣ୍ଟା ପାଇଁ ଜାରି ରହିବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଅତିକ୍ରମ କରିବା ପରେ ଦୁର୍ବଳ ହେବ । ଶୁକ୍ରବାର ଅପରାହ୍ଣ ସୁଦ୍ଧା ଏହା ଦୁର୍ବଳ ହୋଇ ସାଇକ୍ଲୋନିକ୍ ଷ୍ଟ୍ରର୍ମର ରୂପ ନେବ । ପରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।

ବାତ୍ୟା ଦାନାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଖବର ଆସିଛି । ଜିଲ୍ଲାର ରାଜନଗର, ଗୁପ୍ତୀ, ଜମ୍ୱୁ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ପ୍ରଭାବିତ ହୋଇଛି । ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.