ପ୍ରମୂଖ ଖବର
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ

ଭୁବନେଶ୍ୱର,୨୫/୧୦: ନବମ ଶ୍ରେଣୀରେ ପଢୁଥିବା ଦୁଇ ଜଣ  ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଅପହରଣ  କଲେ । ପରେ ଗଞ୍ଜାମ ଜିଲ୍ଳା ଭଞ୍ଜନଗରରେ ଦୁଷ୍କର୍ମ କଲେ । ମୁହଁ  ଖୋଲିଲେ ହତ୍ୟା କରିଦେବେ ବୋଲି  ଧମକ ଦେଲେ । ଏମିତି କାଣ୍ଡ କରିଥିବା  ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ୍‌ । ଅଭିଯୁକ୍ତମାନେ ହେଲେ  ଭଞ୍ଜନଗରର ଅଜୟ ନାୟକ ଓ ପ୍ରଧାନ  ଓରଫ ଆଲୋକ । ଏମାନଙ୍କ କବଳରୁ ୨ ନାବାଳିକାଙ୍କୁ ପୁଲିସ୍‌ ଉଦ୍ଧାର କରିବା  ସହ ଏକ କାର୍‌ ଜବତ କରିଛି ।  

ଭରତପୁର ଥାନା ଶାମପୁରରେ ଅଜୟ ଓ ପୋଖରୀପୁଟରେ ଡ୍ରାଇଭର ଆଲୋକ ରହୁଥିଲା । ଅଜୟ ଭରତପୁର ଶଙ୍କରେଶ୍ୱର ନଗରର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଜାଣିଥିଲେ। ୨ଦିନ  ତଳେ ତାଙ୍କୁ ଭଞ୍ଜନଗର ବୁଲାଇ ନେବେ ବୋଲି କହିଥିଲେ । ଅଜୟର କଥାରେ  ଛାତ୍ରୀ ଜଣଙ୍କ ରାଜି ହୋଇନଥିଲେ । ଅଜୟ ଭଞ୍ଜନଗର ପଳାଇଥିଲେ ।  ବୁଧବାର ସହଯୋଗୀ ଆଲୋକକୁ  କହିଥିଲେ ଉକ୍ତ ଛାତ୍ରୀଙ୍କୁ ନେଇ ଭଞ୍ଜନଗର ଆସିବାକୁ । ଆଲୋକ ଉକ୍ତ  ଛାତ୍ରୀଙ୍କୁ ବୁଲି ଯିବାକୁ କହିଥିଲେ । ହେଲେ ସେ ରାଜି ହୋଇଥିଲେ । ୨  ନାବାଳିକା ଛାତ୍ରୀ ବଜାର ଯାଉଥିବା  ବେଳେ ଆଲୋକ ଘରେ ଛାଡ଼ିଦେବାକୁ  କହି କାର୍‌ରେ ବସାଇଥିଲେ । ତା’ପରେ  ବିଭିନ୍ନ ବାହାନା କରି ଭଞ୍ଜନଗର ନେଇ  ଯାଇଥିଲେ । ସେଠାରେ ଆଲୋକ ଓ  ଅଜୟ ଜଣ ମିଶି ୨ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏ ବିଷୟରେ ଯଦି କାହାକୁ  କହିବ ତା’ହେଲେ ଭିଡିଓ ଭାଇରାଲ୍‌  କରି ଦେବୁ ବୋଲି ଧମକ ଦେଇଥିଲେ ।  ଏହା ଶୁଣି ସେମାନେ ଡରି ଯାଇଥିଲେ ।  ଏପଟେ ଘର ଲୋକ ଛାତ୍ରୀଙ୍କୁ ନ ପାଇ  ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ୍‌ ଅପହରଣ ମାମଲା ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ୨ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ଡାକ୍ତରମାଇନା କରାଇ କୋର୍ଟ ଚାଲାଣ କରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.