ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ରାଜଧାନୀ କଲେଜ ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିଭାବକ: ପ୍ରାକ୍ଟିକାଲ୍‌ କ୍ଲାସରେ ଅଶ୍ଳୀଳ ବ୍ୟବହାର କରୁଛନ୍ତି

ଭୁବନେଶ୍ୱର,୨୧/୧୦:  ଅଧ୍ୟାପକଙ୍କ ନାଁରେ ଅଶ୍ଳୀଳ ବ୍ୟବହାର  ପ୍ରଦର୍ଶନ ଅଭିଯୋଗ ଆଣିଲେ ଶିକ୍ଷାର୍ଥୀଙ୍କ  ବାପା । କେବଳ ଅସଦାଚରଣ ନୁହେଁ  ବରଂ ଅଧ୍ୟାପକ କ୍ଲାସ ନ ନେଇ ଜମି  ବେପାର କରୁଥିବା ଅଭିଯୋଗ କରିଛନ୍ତି ।  ଏପରିକି ଅଧ୍ୟାପକ ଜଣକ ଟଙ୍କା ଦେଇ  ବିନା ଗବେଷଣାରେ ପିଏଚ୍‌ଡି କରୁଥିବା  ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ  ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗପତ୍ର ପଠାଇଛନ୍ତି । ଏହାକୁ ଗୁରୁତର ସହ  ନେଇଛି ଉଚ୍ଚଶିକ୍ଷା ବିଭାଗ । ଏହାର ତଦନ୍ତ  କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ  ନିର୍ଦ୍ଦେଶ ଦିଆଯାଇଛି । ଏ ହେଉଛି ରାଜଧାନୀ କଲେଜ ବିରୋଧରେ ଆସିଥିବା  ଅଭିଯୋଗ ଘଟଣା । 

ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି,  ଅଧ୍ୟାପକ ଜଣକ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ  କ୍ଲାସ ସମୟରେ ଅଶ୍ଳୀଳ ବ୍ୟବହାର  ପ୍ରଦର୍ଶନ କରୁଛନ୍ତି । ମା, ବାପାଙ୍କ ନାମ  ନେଇ ଖରାପ ଭାଷାରେ ଗାଳି ଦେଉଛନ୍ତି ।  କଲେଜରେ ୭ଘଣ୍ଟା ରହିବାର ନିୟମ ଥିଲେ  ମଧ୍ୟ ରହୁନଥିବା ନେଇ ଅଭିଯୋଗପତ୍ରରେ  ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ  ଅଧ୍ୟାପକ ଜଣକ ଜମି ବେପାରରେ ସଂଶ୍ଲିଷ୍ଟ  ଅଛନ୍ତି । ତେଣୁ ପିଲାଙ୍କ ପାଠପଢ଼ାରେ ଧ୍ୟାନ  ନଦେଇ କଲେଜରେ ଉପସ୍ଥାନ ପକାଇ  ଗାଏବ ହୋଇଯାଉଛନ୍ତି ବୋଲି ଅଭିଯୋଗ  ହୋଇଛି । ଏନେଇ ଯଦି କୌଣସି  ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ଅଭିଯୋଗ  କରୁଛନ୍ତି ସେମାନଙ୍କୁ ଧମକ ଦେଇ  ଭୟଭୀତ କରାଉଛନ୍ତି । ଏହି ଅଧ୍ୟାପକଙ୍କୁ  ରାଜଧାନୀ କଲେଜରୁ ହଟାଇବାକୁ ସେ  ଦାବି କରିଛନ୍ତି । ଅଭିଯୋଗ ପାଇବା  ପରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା  ନିର୍ଦ୍ଦେଶକଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ  କରିବାକୁ ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.