ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଜନ୍ମଦିନରେ ପ୍ରେମିକ ଆସିଲେନି ବୋଲି... ଦଉଡ଼ି ଲଗାଇ ଝୁଲିପଡ଼ିଲେ ପ୍ରେମିକା

ଭବାନୀପାଟଣା,୧୯/୧୦: ପ୍ରେମରେ ମାନ-ଅଭିମାନ ସ୍ୱାଭାବିକ କଥା । କିନ୍ତୁ  ଅଭିମାନ ଯେ ଭୟଙ୍କର ରୂପ ଧାରଣ କରିପାରେ ତାହାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି ଭବାନୀପାଟଣା ସହରରେ । ପ୍ରେମିକାର ଜନ୍ମଦିନରେ ପ୍ରେମିକ ପହଞ୍ଚି  ପାରିଲେନି । ପରଦିନ ସକାଳୁ ଆସିଲେ ବୋଲି  ଉଚ୍ଚବାଚ ହେଲା । ବାସ୍‌, ଏତିକି କଥାରେ ଅଭିମାନୀ ପ୍ରେମିକା ବେକରେ ଦଉଡ଼ିଦେଇ  ଝୁଲି ପଡ଼ିଲେ! 

ଭବାନୀପାଟଣା ସଦର ଥାନା  ଜନକପୁର ଗାଁର ମନିଷା ଗୌଡ଼(୨୨) ଭବାନୀପାଟଣା ସହରର ବାହାଦୂରବଗିଚା  ପଡ଼ାରେ ଏକ ଘର ଭଡ଼ାରେନେଇ ନିଜ  ଭାଣିଜିଙ୍କ ସହ ରହୁଥିଲେ । ସେ ସ୍ଥାନୀୟ  ଏକ ଅଟୋମୋବାଇଲ ସୋ’ରୁମରେ କାମ  କରୁଥିଲେ । ମଦନପୁର ରାମପୁର ଅଞ୍ଚଳର  ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ  ରହିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ- ପୀରତିର ଭାବ ମଧ୍ୟ ଭଲ ଥିଲା । ଗତ  ଗୁରୁବାର ଥିଲା ମନିଷାଙ୍କ ଜନ୍ମଦିନ । ଜନ୍ମଦିନ  ପାଳନ ପାଇଁ ତାଙ୍କ ପ୍ରେମିକ ଆସିବାର ଥିଲା ।  କିନ୍ତୁ କୌଣସି କାରଣରୁ ସେ ଆସିଲେ ନାହିଁ । ମନିଷା ତାଙ୍କ ବାଟ ଚାହିଁଚାହିଁ ନିରାଶ  ହୋଇଥିଲେ । 

ପରଦିନ ଅର୍ଥାତ୍‌, ଶୁକ୍ରବାର  ସକାଳେ ପ୍ରେମିକ ଆସିବାରୁ ମନିଷା  ତାଙ୍କ ଉପରେ ଅଭିମାନକରି ପାଟିତୁଣ୍ଡ  କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡ଼ା  ହୋଇଥିଲା । ଝଗଡ଼ା ଉଗ୍ରରୂପ ଧାରଣକରି  ସେ ନିଜ ପ୍ରେମିକଙ୍କୁ ବାଥରୁମରେ ବନ୍ଦ  କରିଦେଇଥିଲେ । ପରେ ମନିଷା ଘର ଛାତରେ  ଦୌଡି ଲଗାଇ ଆତ୍ମହତ୍ୟା କରିଥିଲେ ।  ଦୀର୍ଘ ସମୟଧରି ସେ କବାଟ ନଖୋଲିବାରୁ  ପ୍ରେମିକଜଣକ ପାଟିତୁଣ୍ଡ କରିଥିଲେ । ସେତେବେଳକୁ ମନିଷାଙ୍କ ଶରୀର ଝୁଲୁଥିବା  ଦେଖିବାକୁ ମିଳିଥିଲା । ଖବରପାଇ ଟାଉନ୍ ଥାନା ପୁଲିସ୍‌ ବାହାଦୂରବଗିଚା ପଡ଼ାସ୍ଥିତ ଭଡ଼ାଘରୁ ମନିଷାଙ୍କ ଝୁଲନ୍ତା ଶବକୁ ଉଦ୍ଧାର  କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିମାନରେ  ମନିଷା ଝୁଲିପଡ଼ିଥିବା ଜଣାପଡ଼ଥିଲେ ହେଁ ଆତ୍ମହତ୍ୟାର ସଠିକ୍‌ କାରଣ ଜାଣିବା ପାଇଁ  ପ୍ରେମିକକୁ ଟାଉନ ଥାନାରେ ଅଟକରଖି  ପୁଲିସ ପଚରାଉଚୁରା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.