ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ମଦ ଦୋକାନରେ ଚୋରି ପଡ଼ିଲା ମହଙ୍ଗା; ଖୁସିରେ ମଦ୍ୟପାନ କରି ବେହୋସ୍‌ ହୋଇଗଲା ଚୋର

Published By : Tapas Panda | December 31, 2024 4:54 PM

Image Courtesy: news24online

ହାଇଦ୍ରାବାଦ: ମଦ ଦୋକାନରେ ପଶି ଚୋରି କରିବା ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୋକାନ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରା ଭାଙ୍ଗିଥିଲା ଚୋର । ଏହା ପରେ ଦୋକାନରେ ଥିବା ଟଙ୍କା ଧରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । କିନ୍ତୁ ମଦ ଦୋକାନକୁ ଆସି ମଦ ନପିଇ କେମିତି ଚାଲିଯିବ ବୋଲି ଭାବି, ମନଭରି ମଦ୍ୟପାନ କରିଥିଲା ଚୋର । 

ଖୁସିରେ ଏତେ ମଦ ପାନ କରିଦେଲା ଯେ, ବେହୋସ ହୋଇ ସେହି ଦୋକାନ ଭିତରେ ହିଁ ପଡ଼ିଗଲା । ସକାଳ ହେବା ପରେ ମଧ୍ୟ ଚୋରର ହୋସ୍‌ ଫେରିନଥିଲା । ଦୋକାନ ମାଲିକ ପହଞ୍ଚି ଦେଖିଲା ବେଳକୁ ଚୋର ତଳେ ପଡ଼ିରହିଛି ଏବଂ ତା ପାଖରେ ମଦ ବୋତଲ ଓ ଟଙ୍କା ଏଣେତେଣେ ପଡ଼ିଛି । ଏହା ପରେ ପୋଲିସ ଖବର ପାଇ ଦୋକାନରେ ପହଞ୍ଚିଥିଲା । 

ଚୋରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହୋସ୍‌ ଫେରିଲେ ଆଗକୁ ତଦନ୍ତ ହେବ ବୋଲି ପୋଲିସ କହିଛି । ଘଟଣାଟି ତେଲେଙ୍ଗାନର ମେଡକ ଜିଲ୍ଲାରେ ଘଟିଛି । ଚୋରକୁ ରମାୟମପେଟା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବ ଇନ୍ସପେକ୍ଟର ଅହମ୍ମଦ ମୋହିନୁଦ୍ଦିନଙ୍କ ଅନୁସାରେ, ଚୋରର ପରିଚୟ ମିଳିନଥିବା ବେଳେ ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହିଁ । ମାମଲା ରୁଜୁ ହୋଇଥିବା ବେଳେ ଚୋରର ହୋସ୍‌ ଫେରିବା ପରେ ତଦନ୍ତ ଆଗକୁ ବଢ଼ିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.