ପ୍ରମୂଖ ଖବର
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଅନ୍‌ଲାଇନ୍ ପ୍ରେମିକାଙ୍କୁ ଭେଟିବାକୁ ଯାଇ ଫସିଲେ ୟୁପି ଯୁବକ, ବାନ୍ଧିଲା ପାକ୍‌ ପୋଲିସ

Published By : Prameya | January 1, 2025 11:57 AM

ଇସଲାମାବାଦ ୦୧/୦୧: ଅନ୍‌ଲାଇନରେ ପ୍ରେମ ହେବାପରେ ପ୍ରେମିକାଙ୍କୁ ଭେଟିବାକୁ ବେଆଇନ ଭାବେ  ପାକିସ୍ତାନ ସୀମା ଅତିକ୍ରମ କରିଥିବା ୟୁପିର ଜଣେ ଯୁବକ ସେଠାରେ  ଗିରଫ ହୋଇଛନ୍ତି । ସେ  ହେଲେ ୩୦ ବର୍ଷୀୟ ବାଦଲ  ବାବୁ । ବାବୁ ଆଲିଗଡ଼ ଜିଲ୍ଲା  ନାଗଲା ଖାଟକରି ଗାଁର  ବାସିନ୍ଦା ହୋଇଥିବାବେଳେ ପାକିସ୍ତାନର ପଞ୍ଜାବ ପୁଲିସ  ତାଙ୍କୁ ମଣ୍ଡି ବହାଉଦ୍ଦିନ୍‌ ସିଟିରୁ  ଗିରଫ କରିଛି । ଜେରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡିଛି । 

ରିପୋର୍ଟ ଅନୁସାରେ, ବାବୁ ସୋସିଆଲ ମିଡିଆ ଫେସବୁକ୍‌ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ  ପଡ଼ିଥିଲେ । ତାଙ୍କୁ ସାକ୍ଷାତ କରିବାକୁ ସେ  ବ୍ୟାକୁଳ ଥିବାବେଳେ ବିନା ବୈଧ ଭିସା  କିମ୍ବା ଭ୍ରମଣ ଦସ୍ତାବିଜରେ ପାକିସ୍ତାନ ସୀମା  ପାର କରିଥିଲେ । ସହରରେ ତାଙ୍କ ଉପସ୍ଥିତି  ସଂପର୍କରେ ସୂଚନା ପାଇବା ପରେ ଡିସେମ୍ବର  ୨୭ରେ ତାଙ୍କୁ ଗିରଫ କରିଥିଲା ପାକ୍‌ ପୁଲିସ ।  ଏହାପରେ ତାଙ୍କ ବିରୋଧରେ ବିଦେଶୀ ଆଇନ  ଅନୁସାରେ ମାମଲା ରୁଜୁ କରାଯିବା ସହିତ  ତାଙ୍କୁ କୋର୍ଟରେ ହାଜର  କରାଯାଇଥିଲା । ସେଠାରେ  କୋର୍ଟ ତାଙ୍କୁ ୧୪ ଦିନ ଲାଗି  ବିଚାର ବିଭାଗୀୟ ହାଜତକୁ  ପଠାଇ ଦେଇଥିଲେ ।  ଜାନୁଆରୀ ୧୦ରେ ତାଙ୍କୁ ପୁଣି  କୋର୍ଟରେ ହାଜର କରାଯିବ ।  ପ୍ରାଥମିକ ତଦନ୍ତରୁ ଜଣାପଡି଼ଛି  ଯେ, ବାବୁ ପୂର୍ବରୁ ଦୁଇଥର  ପାକିସ୍ତାନ ସୀମା ପାର କରିବାକୁ ଉଦ୍ୟମ  କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ତୃତୀୟ ପ୍ରୟାସରେ ସଫଳ ହୋଇ ସେ ମଣ୍ଡି  ବହାଉଦ୍ଦିନ୍‌ରେ ପହଞ୍ଚିଥିଲେ । ସେଠାରେ  ନିଜର ପ୍ରେମିକାଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ବାବୁଙ୍କର ଏହି ବେଆଇନ ପ୍ରବେଶ ପଛରେ  କେବଳ ରୋମାଣ୍ଟିକ ସଂପର୍କ ନା ଅନ୍ୟ କିଛି  ଉଦ୍ଦେଶ୍ୟ ଥିଲା ତାହା ପୁଲିସ ତଦନ୍ତ କରୁଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.