ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୂଆବର୍ଷରୁ ଏହି ଦେଶ ଜାରି କଲା ବୁର୍ଖା ଉପରେ ରୋକ୍ , ଧରା ପଡ଼ିଲେ ୧ଲକ୍ଷ ଟଙ୍କା ଯାଏ ଜୋରିମନା

Published By : Prameya | January 2, 2025 7:41 PM

ନୂଆଦିଲ୍ଲୀ : ଶାନ୍ତ ୟୁରୋପୀୟ ଦେଶ ସ୍ୱିଜରଲାଣ୍ଡରେ ନୂଆ ନିୟମ। ୨୦୨୫ ମସିହାକୁ ସ୍ୱାଗତ କରିବା ସହ ଦେଶରେ ନୂଆ ନୀତି ଲାଗୁ ହୋଇଛି। ନୂଆ ଆଇନ ଅନୁସାରେ, ସବୁଠୁ ଅଧିକ ଚର୍ଚ୍ଚା ବୁର୍ଖା ବ୍ୟାନକୁ ନେଇ ହୋଇଛି। ୪ବର୍ଷ ପୂର୍ବେ ହୋଇଥିବା ଜନମତ ସଂଗ୍ରହ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଧରା ପଡ଼ିବା ପରେ ଲକ୍ଷେ ଟଙ୍କା ଯାଏ ଜୋରିମନାର ପ୍ରାବଧାନ ରହିଛି। ଏହି ବିବାଦୀୟ ଆଇନ୍‌ର ଲାଗୁ ହେବା କ୍ଷଣି ଦେଶ ଭିତରେ ନୁହେଁ ଇସଲାମିକ୍ ଗୋଷ୍ଠୀରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। 

ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୨୧ରେ ସ୍ୱିଜରଲାଣ୍ଡ ସରକାର ବୁର୍ଖା ପିନ୍ଧିବା ଓ ନପିନ୍ଧିବାକୁ ନେଇ ଭୋଟିଂ କରାଇ ଥିଲେ। ଯେଉଁଥିରେ ବୁର୍ଖା ବ୍ୟାନର ଆଇନ୍‌ ପକ୍ଷରେ ୫୨ ପ୍ରତିଶତ ଲୋକ ମତଦାନ କରିଥିଲେ। ଅନ୍ୟପଟେ ଆଇନର ବିରୋଧରେ ୪୮ ପ୍ରତିଶତ ଲୋକ ମତଦାନ କରିଥିଲେ। ୪ବର୍ଷ ପୂର୍ବେ ହୋଇଥିବା ମତଦାନକୁ ଏବେ ଲାଗୁ କରାଯାଇଛି। ବୁର୍ଖା ପ୍ରତିବନ୍ଧକ ଏବେ ଦେଶରେ ନୂଆ ସାମ୍ୱିଧାନିକ ଅନୁଚ୍ଛେଦର ଅଂଶ ହୋଇ ସାରିଛି। ଜୋରିମନା ଭାବେ ୧,୦୦୦ସ୍ୱିଚ୍‌ ଫ୍ରାଙ୍କ୍ ( ୯୪,୬୫୧,୦୬ଟଙ୍କା) ଆଦାୟ କରାଯିବ। 

ଏହି ମାମଲାରେ ମୁକ୍ତି –

ସରକାରଙ୍କ ଦ୍ୱାରା ଜାରି ଆଇନ ଅନୁସାରେ ,ଏହି ଧ୍ୟାନ ରଖିବାର କଥା ଯେ , ଏହି ବୁର୍ଖା ବ୍ୟାନକୁ ଫ୍ଲାଇଟ୍‌ ଡିପ୍ଲୋମେଟିକ୍‌ ଓ ବାଣିଜ୍ୟ ଦୂତାବାସ ପରିସରରେ ଲାଗୁ ହେବ ନାହିଁ । ଲୋକେ ସ୍ୱିଜରଲାଣ୍ଡରେ ପୂଜା ସ୍ଥଳୀ ବା କୌଣସି ପ୍ରକାରର ଧର୍ମନିରପେକ୍ଷ ସ୍ଥଳରେ ମଧ୍ୟ ନିଜର ମୁହଁ ଘୋଡାଇ ପାରିବେ। 

କାହିଁକି ସରକାର ଏମିତି ଆଇନ ଆଣିଲେ-

ସ୍ୱିସ୍‌ଇନ୍ଫୋ ଅନୁସାରେ , ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରୟାସ ଦକ୍ଷିଣପନ୍ଥୀ ସ୍ୱିସ୍‌ ପିପୁଲ୍ସ ପାର୍ଟି (ଏସଭିପି) ଦ୍ୱାରା ଲଗାଯାଇ ଥିଲା। ହେଲେ ପ୍ରସ୍ତାବରେ ମୁସଲମାନ ବା ଇସଲାମର କୌଣସି ଉଲ୍ଲେଖ କରାଯାଇ ନାହିଁ। ଏହା ମୁଖ୍ୟତଃ ବିରୋଧ ପ୍ରଦର୍ଶନକାରୀଙ୍କ ଦ୍ୱାରା ନିଜର ମୁହଁ ଢାଙ୍କିବା ଓ ବିରୋଧ ପ୍ରଦର୍ଶନ ବେଳେ ହିଂସା ପ୍ରସାର କରିବାରେ ଏହା କରାଯାଉଛି, କିନ୍ତୁ ଏହି ନିଷେଧାଦେଶ ଦେଶରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ରୋକିବାର ଏକ ମାଧ୍ୟମ ଭାବେ ଦେଖାଯାଇଛି। ଯେତେବେଳେ ଏହି ପ୍ରସ୍ତାବ ଉପସ୍ଥାପିତ କରାଯାଇ ଥିଲା , ତ ସ୍ୱିସ୍‌ ସରକାର ଏହାର ବିରୋଧ କରିଥିଲେ। ସରକାର ଏହି ତର୍କ ଦେଇଥିଲେ ଯେ, ମହିଳାଙ୍କୁ କଣ ପିନ୍ଧିବା ଉଚିତ୍‌ ? ଏହା ସ୍ଥିର କରିବା ସରକାରଙ୍କ କାମ ନୁହେଁ। ଏହାପରେ ଏହି ପ୍ରସ୍ତାବ ୨୦୨୧ରେ ଜନମତ ସଂଗ୍ରହ ପାଇଁ ଯାଇଥିଲା, ଯେଉଁଠି ଲୋକେ ସାର୍ବଜନିକ ସ୍ଥାନ ଗୁଡ଼ିକରେ ମୁହଁ ଢାଙ୍କିବା ଉପରେ ପ୍ରତିବନ୍ଧନ ଲଗାଇବାର ପକ୍ଷରେ ମତଦାନ କରି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.