ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ 'ହ୍ୟୁମାନ ମେଟାନ୍ୟୁମୋଭାଇରସ', ଭାରତ ପାଇଁ ଚିନ୍ତାର କାରଣ ନୁହେଁ : ସ୍ୱାସ୍ଥ୍ୟ ବିଭାଗ

Published By : Prameya | January 4, 2025 2:43 PM

ନୂଆଦିଲ୍ଲୀ, ୪।୧: ଏବେ ସମ୍ଭାବ୍ୟ ମହାମାରୀ ଆଶଙ୍କାରେ ସାରା ବିଶ୍ୱ । କରୋନା ଭଳି ଚାଇନାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ୍ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' । ଏପଟେ ଭାରତରେ କିନ୍ତୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛନ୍ତି ।

ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ଏନେଇ ଲୋକଙ୍କୁ ସଚେତନ କରିଛନ୍ତି । ଭାଇରସ୍ ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତାରେ ହିଁ ଆମେ ଏହାକୁ ରୋକିପାରିବା ବୋଲି ସେ କହିଛନ୍ତି । ହେଲେ ଏହାକୁ ନେଇ ବର୍ତ୍ତମାନର ପରିସ୍ଥିତି ବିଷୟରେ ଚିନ୍ତିତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ତେବେ ଚୀନରେ ବର୍ତ୍ତମାନ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' ବ୍ୟାପୁଥିବାର ଦେଖାଯାଉଛି । 'ମେଟାନ୍ୟୁମୋଭାଇରସ' ଏକ ସାଧାରଣ ଶ୍ୱାସକ୍ରିୟାଜନିତ ଭାଇରସ୍ । ଏହା ପ୍ରଭାବରେ ସାଧାରଣ ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ । ତେବେ ବିଶେଷ କରି ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଲକ୍ଷଣ ସୃଷ୍ଟି କରିପାରେ । ଦେଶରେ ଶ୍ୱାସକ୍ରିୟାଜନିତ ସଂକ୍ରମଣର ତଥ୍ୟ ବିଶ୍ଳେଷଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି । 

ଗତ ଡିସେମ୍ବର ମାସରେ ଦେଶରେ ଶ୍ୱାସଜନିତ ସଂକ୍ରମଣରେ ସେଭଳି ଉଲ୍ଲେଖନୀୟ ବୃଦ୍ଧି ଘଟିନାହିଁ । ଲୋକଙ୍କୁ ସଚେତନ କରିବାକୁ ଯାଇ ସେ କହିଛନ୍ତି, 'ମୁଁ ଜନସାଧାରଣଙ୍କୁ ଗୋଟିଏ କଥା ଜଣାଇବାକୁ ଚାହୁଁଛି ଯେ, ସମସ୍ତ ଶ୍ୱାସକ୍ରିୟାଜନିତ ସଂକ୍ରମଣକୁ ଏଡ଼ାଇବା ପାଇଁ ସାଧାରଣ ସତର୍କତା ଅବଲମ୍ବନ କରନ୍ତୁ । ଯଦି କାହାକୁ କାଶ ଏବଂ ଥଣ୍ଡା ଲାଗିରହିଛି, ତେବେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସନ୍ତୁନାହିଁ । ଏହା ଦ୍ଵାରା ସଂକ୍ରମଣ ବ୍ୟାପିନଥାଏ । କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ଏକ ରୁମାଲ୍ କିମ୍ବା ଗାମୁଛା ରଖନ୍ତୁ । ଯେତେବେଳେ ଥଣ୍ଡା କିମ୍ବା ଜ୍ୱର ହୁଏ ସେତେବେଳେ ଆବଶ୍ୟକ ସାଧାରଣ ଔଷଧ ନିଅନ୍ତୁ ।' ତେବେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଚିନ୍ତିତ ନହେବା ପାଇଁ ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ପରାମର୍ଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.