ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ମିଆଁମାରର ସାମରିକ ସରକାରଙ୍କ ବଡ଼ ଘୋଷଣା; ସ୍ୱାଧୀନତା ଦିବସ ଅବସରରେ ମୁକ୍ତ ହେବ ୫,୮୬୪ ଜଣ ବନ୍ଦୀ

Published By : Bijay Swain | January 4, 2025 4:18 PM

Image courtesy: indiatoday

ନୂଆଦିଲ୍ଲୀ: ମିଆଁମାରର ସାମରିକ ସରକାର ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ ୧୮୦ ଜଣ ବିଦେଶୀଙ୍କ ସମେତ ୫,୮୬୪ ଜଣ ବନ୍ଦୀଙ୍କୁ ମୁକ୍ତ କରିବେ ବୋଲି ରାଜ୍ୟ ଗଣମାଧ୍ୟମ ଶନିବାର ଦିନ ଘୋଷଣା କରିଛି।

୨୦୨୧ ମସିହାର ଆରମ୍ଭରେ ମିଆଁମାର ଦେଶ ଅଶାନ୍ତ ହୋଇପଡିଥିଲା। ମିଆଁମାରର ସାମରିକ ବାହିନି ଗଣତନ୍ତ୍ର ପ୍ରକ୍ରିୟାରେ ଦେଶରେ ନିର୍ବାଚିତ ହୋଇଥିବା ସରକାରକୁ ହଟାଇ ଶାସନଭାର ନିଜ ହାତକୁ ନେଇଥିଲା। ଏହି ଗଣତନ୍ତ୍ର ବିରୋଧୀ ଶାସନକୁ ଦମନ କରି ଦେଶରେ ଗଣତନ୍ତ୍ର ପ୍ରତିଷ୍ଟା କରିବା ପାଇଁ ଦେଶବ୍ୟାପି ହେଉଥିବା ବିରୋଧ ପ୍ରଦର୍ଶନକୁ ସାମରିକ ବାହିନି ବନ୍ଧୁକ ମୁନରେ ବନ୍ଦ କରିଥିଲେ। ଏଣୁ ଦେଶବ୍ୟାପୀ ସଶସ୍ତ୍ର ବିଦ୍ରୋହ ଆରମ୍ଭ ହୋଇଯାଇଥିଲା।

ଚଳିତ ବର୍ଷ ସମଗ୍ର ଦେଶରେ ନିର୍ବାଚନ ହେବ ବୋଲି ସାମରିକ ବାହିନି ବା ଜୁନ୍ତା ଘୋଷଣା କରିଛି। ତେବେ ଏଯାଏ ଦେଶର ପୂର୍ବତନ ଶାସକ ତଥା ନୋବେଲ ପୁରସ୍କାର ପ୍ରାପ୍ତ ଅଙ୍ଗ ସାନ ସୁ କିଙ୍କୁ ଜେଲରୁ ମୁକ୍ତ କରିନାହିଁ ଜୁନ୍ତା। ଅନ୍ୟପଟେ ଏହି ଘୋଷଣା ପଛରେ ଜୁନ୍ତାର ଅନ୍ୟକିଛି ଉଦ୍ଦେଶ୍ୟ ଥିବା କଥା କହି ବିରୋଧି ମାନେ ଏହାର ତିବ୍ର ନିନ୍ଦା କରିବା ସହ ଏଥିରେ ବିରୋଧ ପ୍ରଦର୍ଶନ କରିଛନ୍ତି।

୭୯ ବର୍ଷ ବୟଷ୍କ ସୁ କିଙ୍କୁ ଭ୍ରାନ୍ତାତ୍ମକ ଭାଷଣ ଓ ନିର୍ବାଚନରେ ଠକେଇ ଅଭିଯୋଗରେ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁ କିଙ୍କ ଉପରେ ଲାଗିଥିବା ଏହି ଆରୋପ ଗୁଡିକୁ ଭୁଲ ଓ ତାଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ଦାବି କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.