ନୂଆଦିଲ୍ଲୀ: ଚୀନର ଉତ୍ତରାଞ୍ଚଳରେ ଥିବା ହେବି ପ୍ରଦେଶର ଏକ ପରିବା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି ବୋଲି ରାଜ୍ୟ ଖବର ପ୍ରସାରଣକାରି ସଂସ୍ଥା ସିସିଟିଭି ଶନିବାର ଘୋଷଣା କରିଛି।
ଜାଙ୍ଗଜିଆକୋ ସହରର ମଧ୍ୟରେ ଥିବା ଏକ ପରିବା ବଜାରରେ ଶନିବାର ସକାଳ ୮ଟା ୪୦ ମିନିଟ ସୁଦ୍ଧା ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ନେଇ ସୁଚନା ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ କର୍ମଚାରୀମାନଙ୍କର ୪ ଘଣ୍ଟାର ପ୍ରୟାସ ପରେ ନିଆଁଙ୍କୁ ସମୂର୍ଣ୍ଣ ଆୟତ କରାଯାଇ ପାରିଥିଲା। ବର୍ତ୍ତମାନ ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ ସ୍ଥାନୀୟ ଅଧିକାରୀମାନେ ଏ ଦିଗରେ ଅନୁସନ୍ଧାନ କରୁଛନ୍ତି ବୋଲି ସ୍ଥାନିୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛି।
ମିଳିଥିବା ସୁଚନା ମୁତାବକ ଏହି ବଜାରକୁ ୨୦୧୧ ମସିହାରେ ସ୍ଥାପନ କରାଯାଇଥିଲା। ଏହି ବଜାରରେ ମୁଖ୍ୟତଃ ପନିପରିବା, ଫଳ, ସାମୁଦ୍ରିକ ମାଛ ଓ ବୈଦୁତିକ ସରଞ୍ଜାମ ମିଳିଥାଏ। ତେବେ ସକାଳ ସମୟରେ ବଜାରରେ ଭିଡ଼ ଲାଗି ରହିଥିଲା। ଏଣୁ ଅଗ୍ନିକାଣ୍ଡରେ କେତେ ମୃତ ଓ କେତେ ଆହାତ ହୋଇଛନ୍ତି ତାହା ସ୍ଫଷ୍ଟ ହୋଇନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।