ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଇସ୍ରାଏଲ୍‌ର ଅପରେସନ୍‌ 'ମେନି ଓ୍ବେଜ୍'; ସିରିୟାରେ ୧୨୦ କମାଣ୍ଡୋଙ୍କ ତାଣ୍ଡବଲୀଳା, ଇରାନ ମିଶାଇଲ ଫ୍ୟାକ୍ଟ୍ରି ଧ୍ବଂସ

Published By : Prameya | January 3, 2025 4:50 PM

Image source: NDTV

ନୂଆଦିଲ୍ଲୀ,୦୩/୦୧: ଇସ୍ରାଏଲ୍ ସେନା ସିରିଆରେ ଏହାର ଏକ ଗୁପ୍ତ ମିଶନକୁ ନେଇ ଏକ ବଡ଼ ଖୁଲାସା କରିଛି। ଆଇଡିଏଫ୍ କହିଛି, “ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ଶାସନ କାଳରେ ଇସ୍ରାଏଲର ୧୨୦ କମାଣ୍ଡୋ ସିରିଆରେ ଧ୍ବଂସର ତାଣ୍ଡବ ରଚିଥିଲେ। ଏହି ଆକ୍ରମଣରେ ଇରାନ ସହାୟତାରେ ସିରିୟାର ଭୂତଳ କ୍ଷେପଣାସ୍ତ୍ର କାରଖାନା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।  ଆଇଡିଏଫ୍ କହିଛି ଯେ ଇସ୍ରାଏଲ୍ ଏହି ଗୁପ୍ତ ମିଶନକୁ ୮ ସେପ୍ଟେମ୍ବର ୨୦୨୪ ରେ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକ ସାର୍ବଜନୀନ କରାଯାଇଛି। ଇସ୍ରାଏଲ ଏହି ଗୁପ୍ତ ମିଶନକୁ ‘ଅପରେସନ୍ ମେନି ଓ୍ବେଜ୍’ ନାଁ ଦେଇଥିଲା। ଯାହାକି ମାତ୍ର ୩ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସେନାର ଗୁରୁତ୍ବପୂର୍ଣ୍ଣ ଶାଲଡାଗ୍ ୟୁନିଟ୍ ଦ୍ୱାରା କରାଯାଇଥିଲା।

ମାଟିତଳେ ଚାଲିଥିଲେ ମିଶାଇଲ ଫ୍ୟାକ୍ଟ୍ରୀ: 

ଇସ୍ରାଏଲ ସେନା କହିଛି ଯେ, ଇରାନ୍‌ର ଏହି ମିଶାଇଲ ଫ୍ୟାକ୍ଟ୍ରୀ ସିରିୟାର ସମୟଫ୍‌ ଅଞ୍ଚଳରେ ୭୦ ରୁ ୧୩୦ ମିଟର ମାଟି ତଳେ ନିର୍ମାଣ କରାଯାଇଥିଲା। ସେଠାରେ ଘାତକ ମିଶାଇଲ ଗୁଡ଼ିକର ନିର୍ମାଣ କରାଯାଉଥିଲା ଏବଂ ପରେ ଏହାକୁ ଲେବାନନରେ ହିଜବୁଲ୍ଲାହ ଏବଂ ବସର୍‌ ଅଲ୍‌ ଅସଦ ସେନାକୁ ପଠାଇଦିଆଯାଉଥିଲା। ସୂଚନାଯୋଗ୍ୟ ଯେ ଇସ୍ରାଏଲ୍ ସେନା କମାଣ୍ଡୋମାନେ ସିରିଆ ଭିତରେ ୨୦୦ କିଲୋମିଟର ପ୍ରବେଶ କରି ଏହି ଗୁପ୍ତ ମିଶନ କରିଥିଲେ ଏବଂ ସିରିଆର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେମାନଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହି ସମଗ୍ର ମିଶନରେ ଇସ୍ରାଏଲ୍ ସେନାର କୌଣସି କ୍ଷତି ହୋଇନାହିଁ। 

ଇସ୍ରାଏଲ କହିଛି, “ଇରାନର ରକେଟ୍ ଉତ୍ପାଦନ କାରଖାନା ଆଇଡିଏଫ୍ ଏୟାର ଷ୍ଟ୍ରାଇକ୍‌ରେ ନଷ୍ଟ ହୋଇଯାଇଛି। ଇରାନ ୨୦୧୭ ରେ ପାହାଡ଼ ତଳେ ଏହି କ୍ଷେପଣାସ୍ତ୍ର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଯାହାକି ୨୦୨୧ ରେ କାର୍ଯ୍ୟକ୍ଷମ ହୋଇ‌ଥିଲା। ଏହି କାରଖାନା ମାଟିରୁ ୭୦ ରୁ ୧୩୦ ମିଟର ତଳେ ନିର୍ମିତ ହୋଇଥିଲା। ଏଥିରେ ୧୬ ଟି କୋଠରୀ ଥିଲା ଏବଂ ଏହାରି ଭିତରେ କ୍ଷେପଣାସ୍ତ୍ର ତିଆରି କରାଯାଇଥିଲା। ଆକଳନ ଅନୁସାରେ, ପ୍ରତିବର୍ଷ ସେଠାରେ ୧୦୦ ରୁ ୩୦୦ କ୍ଷେପଣାସ୍ତ୍ର ଉତ୍ପାଦନ କରାଯାଉଥିଲା ଏବଂ ଏହାର ଲକ୍ଷଭେଦ କ୍ଷମତା ୩୦୦ କିଲୋମିଟର ପର୍ଯ୍ୟନ୍ତ ଥିଲା। ”

ସିରିଆରେ ଅପରେସନ୍ 'ମେନି ଓ୍ବେଜ୍‌'ରେ ମୋଟ ୧୨୦ କମାଣ୍ଡୋ ସାମିଲ ଥିଲେ, ସେଥିମଧ୍ୟରୁ ୧୦୦ ଟି ଘାତକ କମାଣ୍ଡୋ ଏବଂ ୨୦ ଜଣ ମେଡିକାଲ କର୍ମଚାରୀ ୟୁନିଟ ଥିଲେ। କମାଣ୍ଡୋମାନେ ଏକ CH-53 ୟାସୋର ଓ୍ବେଟ୍‌ ହେଲିକପ୍ଟରରେ ସମୁଦ୍ରପଥ ଦେଇ ସିରିଆରେ ପ୍ରବେଶ କରିଥିଲେ। ସେମାନଙ୍କ ସହ ଆପାଚେ ଆଟାକ୍‌ ହେଲିକପ୍ଟର, ୨୧ ଟି ଯୁଦ୍ଧ ବିମାନ, ୫ ଟି ଡ୍ରୋନ୍ ଏବଂ ୧୪ ଟି ସିସିଟିଭି ବିମାନ ମଧ୍ୟ ସାମିଲ ଥିଲେ। ଏସବୁ ୩ ଘଣ୍ଟା ମଧ୍ୟରେ ସାରା ମିଶନ ଶେଷ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.