ପ୍ରମୂଖ ଖବର
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଆର୍ଥିକ ଦୁଃସ୍ଥିତିରେ ପାକିସ୍ତାନ, ବିଶ୍ବ ବ୍ୟାଙ୍କ ପାଖରୁ ୨୦ ବିଲିୟନ୍‌ ଡଲାର ଋଣ କରିବେ ସରକାର

Published By : Tapas Panda | January 5, 2025 10:07 PM

ଇସ୍ଲାମାବାଦ: ଆର୍ଥିକ ଦୂରାବସ୍ଥା ଦେଇ ଗତି କୁରୁଥିବା ପାକିସ୍ତାନ ଏବେ ଋଣ କରିବାକୁ ଯାଉଛି । ବିଶ୍ବ ବ୍ୟାଙ୍କ ପାଖରୁ ୨୦ ବିଲିୟନ୍‌ ଡଲାର ଋଣ ଆଣିବ ପାକିସ୍ତାନ । ଗତ କିଛି ବର୍ଷ ହେଲା ପାକିସ୍ତାନର ଅର୍ଥନୀତି ବେହାଲ ହୋଇପଡ଼ିଛି । ପାକିସ୍ତାନର ଲୋକମାନେ ପେଟପୂରା ଖାଇବାକୁ ଅସମର୍ଥ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଚୀନ୍‌, ସାଉଦି ଆରବ, ଋଷ ଏବଂ ଆମେରିକା ଭଳି ଦେଶ ପାଖରୁ ଋଣ କରିସାରିଛି ପାକିସ୍ତାନ। 

 ପରିସ୍ଥିତି ଏମିତି ହୋଇଛି ଯେ, ପାକିସ୍ତାନର ଶେହବାଜ ଶରିଫ ସରକାର ଋଣ କରି ଘିଅ ପିଇବା ନୀତି ଆପଣାଇଛନ୍ତି । ପୂର୍ବରୁ ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନ ପୁଣି ଥରେ ୨୦ ବିଲିୟନ୍‌ ଡଲାର ଋଣ କରିବ । ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ଋଣ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି । 

ପାକିସ୍ତାନୀ ଦେଶ ଭାଗିଦାରୀ ୨୦୨୫-୩୫ ନାମକ କାର୍ଯ୍ୟକ୍ରମ ଆଧାରରେ ଉପେକ୍ଷିତ ତଥା ମହତ୍ବପୂର୍ଣ୍ଣ କ୍ଷେତ୍ରରେ ସୁଧାର ଆଣିବାକୁ ଚେଷ୍ଟା କରିବେ ଶେହବାଜ ସରାକର । ଏହାକୁ ନଜରରେ ରଖି ବିଶ୍ବ ବ୍ୟାଙ୍କର ବୋର୍ଡ ଜାନୁଆରୀ ୧୪ରେ ପାକିସ୍ତାନକୁ ଋଣ ମଞ୍ଜୁର ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବ ।  ବିଶ୍ବ ବ୍ୟାଙ୍କର ଦକ୍ଷିଣ ଏସିଆ ଉପାଧ୍ୟକ୍ଷ ମାର୍ଟିନ ରେଜର ଇସ୍ଲାମାବାଦ ଆସିବାର ମଧ୍ୟ କାର୍ଯ୍ୟକ୍ରମ ଥିବା କୁହାଯାଉଛି । 

  • Pakistan
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.