ପ୍ରମୂଖ ଖବର
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଏହି ବ୍ୟକ୍ତିଙ୍କ ଦରମା ଶୁଣି ହୋଇ ଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ ସେ କିଏ ...

Published By : Prameya | January 5, 2025 6:04 PM

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଜଣେ ଟେକ୍‌ ବସ୍‌ଙ୍କ ଦରମା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ସାଜିଛି। ଏହି ବ୍ୟକ୍ତିଙ୍କ ନାଁ ଜଗଦୀପ ସିଂହ ଏବଂ ତାଙ୍କର ବାର୍ଷିକ ଦରମା ୧୭,୫୦୦ କୋଟି ଟଙ୍କା। ଜଗଦୀପ ସିଂହ କ୍ୱାଣ୍ଟମସ୍କେପ୍‌ର ଫାଉଣ୍ଡର। ତାଙ୍କ କମ୍ପାନୀ ଇଲେକ୍ଟ୍ରିକ୍ ଗାଡ଼ି ତିଆରି କରେ। ଜଗଦୀପଙ୍କର ଗୋଟିଏ ଦିନର ଦରମା ୪୮ କୋଟି ଟଙ୍କା । ଏହା ଏକ ଏମିତି ପରିମାଣ , ଯାହା ଅନେକ ବଡ଼ ବଡ଼ କମ୍ପାନୀର ବାର୍ଷିକ ରେଭେନ୍ୟୁ ହୋଇପାରେ। ତାଙ୍କର ଦରମା ପ୍ୟାକେଜ୍‌ରେ ଷ୍ଟକ୍ସ ମଧ୍ୟ ଅଛି, ଯାହାର ମୂଲ୍ୟ ୨.୩ ବିଲିୟନ ଡଲାର କୁହାଯାଇଛି। 

ଜଗଦୀପ ସିଂହ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ବିଟେକ୍ ପଢିଛନ୍ତି। ଏହାପରେ ସେ ୟୁନିଭର୍ସିଟି ଅଫ୍‌ ବାର୍କେଲିରୁ ଏମବିଏ କରିଛନ୍ତି। ସେ ନିଜର କ୍ୟାରିୟରର ଆରମ୍ଭ ଏଚପି ଓ ସନ୍‌ ମାଇକ୍ରୋସିଷ୍ଟମ୍ସରୁ କରିଛନ୍ତି। ଏହାପରେ ସେ ଅନେକ ଷ୍ଟାର୍ଟଅପ୍ସରେ କାମ କରିଛନ୍ତି। ଏଥିରୁ ଗୋଟିଏ ୧୯୯୨ରେ ଆରମ୍ଭ ହୋଇଥିବା ଏୟାରସଫ୍ଟ ଥିଲା। ଗୋଟିଏ ଦଶକରୁ ଅଧିକ ସମୟ ଯାଏ ବିଭିନ୍ନ କମ୍ପାନୀ ଗୁଡ଼ିକରେ ଅନୁଭବ ହାସଲ କରିବା ପରେ ଜଗଦୀପ ସିଂହ ୨୦୧୦ରେ କ୍ୱାଣ୍ଟମସ୍କେପ୍‌ର ଆରମ୍ଭ କରିଥିଲେ। ଏହି କମ୍ପାନୀ ବ୍ୟାଟେରୀ ଟେକ୍ନୋଲଜିରେ ଇନୋଭେସନ୍ସ କରୁଛି।  

କ୍ୱାଣ୍ଟମସ୍କେପ୍‌ ଇଲେକ୍ଟ୍ରିକ୍‌ ଗାଡ଼ି ପାଇଁ ସଲିଡ୍‌-ଷ୍ଟେଟ୍‌ ବ୍ୟାଟେରୀ ଡେଭଲପ୍‌ କରୁଛି। ଏହି ବ୍ୟାଟେରୀ, ପରମ୍ପରାଗତ ଲିଥିୟମ-ଆୟନ ବ୍ୟାଟେରୀରୁ ଅଲଗା ହେବ, କାରଣ ଏଥିରେ ଲିକ୍ୱିଡ୍‌ ଇଲେକ୍ଟ୍ରୋଲାଇଟ୍ସର ବ୍ୟବହାର ହେବ ନାହିଁ। ଏହି କାରଣରୁ ଏହି ବ୍ୟାଟେରୀକୁ ଅଧିକ ସୁରକ୍ଷିତ ମନାକରାଯାଉଛି। ଏଥିରେ ଦ୍ରୁତ ଗତିରେ ଚାର୍ଜ ହେବାର କ୍ଷମତା ମଧ୍ୟ ଅଛି। କ୍ୱାଣ୍ଟମସ୍କେପ୍‌କୁ ବିଲଗେଟ୍ସ ଓ ଭୋକ୍ସୱାଗେନଙ୍କ ଭଳି ନିବେଶକଙ୍କ ସମର୍ଥନ ମିଳିଛି। 

ଜଗଦୀପ ସିଂହଙ୍କ ନେତୃତ୍ୱରେ କ୍ୱାଣ୍ଟମସ୍କେପ୍‌ ଇଭି ବ୍ୟାଟେରୀ ଟେକ୍ନୋଲଜିରେ ଏକ ଅଲଗା ରାସ୍ତା ତିଆରି କରିଛି। ୧୬ ଫେବ୍ରୁଆରୀ, ୨୦୨୪ରେ ଜଗଦୀପ ସିଂହ କମ୍ପାନୀର ସିଇଓ ପଦରୁ ଇସ୍ତଫା ଦେଇ ସାରି ଥିଲେ। ଏହାପରେ ଏହି ପଦ ଶିବା ଶିବରାମନ ସମ୍ଭାଳୁଛନ୍ତି। ଜଗଦୀପ ଏବେ କ୍ୱାଣ୍ଟମସ୍କେପ୍‌ର ବୋର୍ଡ ଚେୟାରମ୍ୟାନ ଅଛନ୍ତି। ତାଙ୍କର ଲିଙ୍କଡଇନ୍‌ ପ୍ରୋଫାଇଲ ମୁତାବିକ, ସେ ଷ୍ଟେଲଥ୍‌ ଷ୍ଟାର୍ଟଅପ୍‌ର ସିଇଓ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.