ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରୁ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଏଠାରେ ଗ୍ରିନ୍ ମଟରର ମୂଲ୍ୟ ବୃଦ୍ଧି ଯୋଗୁଁ ମଟର ଚୋରି ହୋଇ ଯାଇଛି। ଚୋରି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ଚୋର ଦୋକାନରେ ପଶି ମଟରକୁ ବସ୍ତାରେ ଭର୍ତ୍ତି କରିବାର ନଜର ଆସୁଛି। ଅଭିଯୋଗ ଆଧାରରେ ପୁଲିସ ଅଜଣା ଚୋର ବିରୋଧରେ କେସ୍ ରୁଜୁ କରିଛି ଏବଂ ଯାଞ୍ଚ ଆରମ୍ଭ କରି ଦେଇଛି।
ଦୋକାନୀଙ୍କ ମୁତାବିକ , ଘଟଣା ୩ ଜାନୁଆରୀ ରାତ୍ରି ସମୟରେ ଘଟିଛି। ଫତେହପୁର ଜିଲ୍ଲାର ବିନ୍ଦକୀ କୋତବାଲୀ କ୍ଷେତ୍ର ସ୍ଥିତ ଟାଉନରେ ପରିବା ବିକ୍ରେତା ମହମ୍ମଦ ଅମିନଙ୍କ ଦୋକାନରୁ ଚୋର ୫୦ କିଲୋ ମଟର ଚୋରି କରି ନେଇଥିଲା। ଏବେ ପରିବା ବିକ୍ରେତା ଏହି ମାମଲାରେ ପୁଲିସକୁ ଏଫଆଇଆର ଦେଇ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। କହି ରଖୁଛି କି, ସହର କୋତବାଲୀ କ୍ଷେତ୍ରର କଜିଆନା ମୋହଲ୍ଲା ନିବାସୀ ମହମ୍ମଦ ଆମିନ ପରିବା ବେପାର କରି ନିଜ ପରିବାରର ଭରଣ-ପୋଷଣ କରନ୍ତି।
ଟାଉନର ତହସିଲ ରୋଡ୍ରେ ହନୁମାନ ମନ୍ଦିର ପାଖରେ ଅମିନଙ୍କର ପରିବା ଦୋକାନ। ପ୍ରତିଦିନ ପରି ଅମିନ ୩ ଜାନୁଆରୀ ରାତିରେ ପାଖାପାଖି ୧୦ଟାରେ ନିଜର ପରିବାର ଦୋକାନ ବନ୍ଦ କରି ଘରକୁ ଚାଲି ଯାଇ ଥିଲେ। ଦୋକାନରେ ଅନ୍ୟ ପରିବା ସହ ବସ୍ତାରେ ୫୦ କିଲୋ ଗ୍ରୀନ୍ ମଟର ଥିଲା, ଯେବେ ଅମିନ ପରଦିନ ସକାଳେ ୭ଟା ସମୟରେ ଦୋକାନ ଖୋଲିଲେ ତ , ମଟର ବସ୍ତା ଗାଏବ ଥିଲା। ଦୋକାନୀଙ୍କ କହିବାନୁସାରେ, ଚୋରି ହୋଇଥିବା ମଟରର ଦାମ୍ ୨,୨୫୦ ଟଙ୍କା ଥିଲା। ପୁଲିସ ଏହି ମାମଲାରେ ଅଜଣା ଚୋର ବିରୋଧରେ ବିଏନଏସର ଧାରାର ୩୦୩ (୨) ଅନୁସାରେ, ମାମଲା ରୁଜୁ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି।