ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପୌଷ ପୂର୍ଣ୍ଣିମା ଦିନ କରୁନ୍ତୁ ଏହି ସବୁ କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

Published By : Prameya | January 7, 2025 2:10 PM

ଭୁବନେଶ୍ୱର ୦୭/୦୧: ସନାତନ ଧର୍ମରେ ପ୍ରତ୍ୟେକ ମାସର ପୂର୍ଣ୍ଣିମା ତିଥିର ମହତ୍ୱ ରହିଛି। ଦୃକ୍‌ ପଞ୍ଚାଙ୍ଗ ଅନୁଯାୟୀ, ଜାନୁଆରୀ ୧୩ ରେ ପୌଷ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ପଡୁଛି। ଏହି ଦିନ ସ୍ନାନ-ଦାନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏଥିସହିତ ପୌଷ ପୂର୍ଣ୍ଣିମା ଦିନ ପ୍ରଭୁ ନାରାୟଣ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରାଯାଏ। ଏହି ଦିନ ପୂର୍ଣ୍ଣିମାର ବ୍ରତ ରଖାଯାଏ ଏବଂ ସଂଧ୍ୟାରେ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ। ଏହା କରିବା ଦ୍ୱାରା ଜୀବନରେ ଧନ, ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ପୌଷ ପୂର୍ଣ୍ଣିମା ଦିନ କିଛି ବିଶେଷ କାର୍ଯ୍ୟ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଦ୍ୱାରା ଶୁଭ ହୋଇଥାଏ।

- ପୌଷ ପୂର୍ଣ୍ଣିମା ଦିନ ସ୍ନାନ-ଦାନ କରିବା ଦ୍ୱାରା ପୂଣ୍ୟ ଫଳ ମିଳିଥାଏ। ତେଣୁ ଏହି ଦିନ ସକାଳୁ ଉଠି ପବିତ୍ର ନଦୀରେ ସ୍ନାନ କରନ୍ତୁ କିମ୍ବା ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ। 

- ଏହି ଦିନ ସୂର୍ଯ୍ୟଦେବ ଏବଂ ଚନ୍ଦ୍ର ଦେବଙ୍କ ପୂଜା କରନ୍ତୁ । ମାନ୍ୟତା ରହିଛି ଏହା କରିବା ଦ୍ୱାରା ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ।

- ପୌଷ ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓସ୍ତ ଗଛ ପୂଜା କରନ୍ତୁ ଏବଂ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। 

- ପୌଷ ପୂର୍ଣ୍ଣିମା ଦିନ ସୂର୍ଯ୍ୟଦେବଙ୍କ କୃପା ଲାଭ କରିବା ପାଇଁ ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

- ବୈବାହିକ ଜୀବନରେ ସମସ୍ୟା ଦୂର କରିବା ପାଇଁ ଏବଂ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ଦିନ ଚନ୍ଦ୍ର ଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ।

- ପୌଷ ପୂର୍ଣ୍ଣିମା ରାତିରେ ଚନ୍ଦ୍ରୋଦୟ ପୂଜା କରାଯାଏ। ଏହି ଦିନ ଚନ୍ଦ୍ର ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ‘ଓଁ ଏଂ କ୍ଲୀ ସୋମାୟ ନମ୍ଃ’ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.