ନୂଆଦିଲ୍ଲୀ ୦୭/୦୧: ଆସିସାରିଛି ନୂଆ ବର୍ଷ । ଜ୍ୟୋତିଷ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୫ ବର୍ଷ ଅତ୍ୟନ୍ତ ଭୟାନକ ହେବାକୁ ଯାଉଛି। ଏଥିମଧ୍ୟରେ ବିଶ୍ୱର ପ୍ରସିଦ୍ଧ ଭବିଶ୍ୱବକ୍ତା ବାବା ଭେଙ୍ଗାଙ୍କ ଏକ ଭବିଷ୍ୟବାଣୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପୃଥିବୀକୁ ଏଲିଅନ୍ ଫେରିବାର ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ଏବଂ କେଉଁ ମାସରେ ଏଲିଅନ ପୃଥିବୀକୁ ଫେରିବେ ତାହା ବିଷୟରେ ମଧ୍ୟ ସେ କହିଛନ୍ତି ।
୨୦୨୫କୁ ନେଇ ବାବା ଭଙ୍ଗା କରିଥିବା ଭବିଷ୍ୟବାଣୀ ଅନୁଯାୟୀ, ଅକ୍ଟୋବର ମାସରେ ପୃଥିବୀକୁ ଏଲିଅନ୍ ଫେରିପାରନ୍ତି। ବିଶ୍ୱାସ କରାଯାଏ ଯେ ଅନେକ ବର୍ଷରେ ଥରେ ଏଲିଅନ୍ ପୃଥିବୀକୁ ଫେରନ୍ତି ଏବଂ ସେମାନଙ୍କର ପ୍ରଭାବ ଦେଖାନ୍ତି। ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ ଏଲିଅନ୍ ସମଗ୍ର ମହାଦ୍ୱୀପରେ ଛାରଖାର କରିବେ। ଯେଉଁ କାରଣରୁ ହଜାର ହଜାର ଲୋକ ମୃତ୍ୟୁ ହୋଇପାରେ। ସେ ଦାବି କରିଛନ୍ତି ଯେ ଆସନ୍ତା ବର୍ଷରେ "ବିନାଶର ଆରମ୍ଭ" ହୋଇପାରେ।
ତେବେ ସମଗ୍ର ବ୍ରହ୍ମାଣ୍ଡରେ ମଣିଷ ବ୍ୟତୀତ ଅନେକ ପ୍ରକାରର ଜୀବ ବାସ କରନ୍ତି ଏବଂ ସେମାନେ ପୃଥିବୀରେ ମାନବଙ୍କ ଦ୍ୱାରା ବିକଶିତ ସମସ୍ତ ଆଧୁନିକ ଜିନିଷଠାରୁ ମଧ୍ୟ ବହୁ ଆଗରେ ବୋଲି ପୂର୍ବରୁ ବୈଜ୍ଞାନିକମାନେ କହିଛନ୍ତି। ଏବେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି।