ପ୍ରମୂଖ ଖବର
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ମୋସାଦର ଏହି ଗୁପ୍ତଚରଙ୍କ ମୃତଦେହକୁ କାହିଁକ ଖୋଜୁଛି ଇସ୍ରାଏଲ ?

Published By : Prameya | January 5, 2025 5:13 PM

ନୂଆଦିଲ୍ଲୀ : ସେହି ମୋସାଦ ଜାସୁସ , ଯିଏକି ଇସ୍ରାଏଲର ଗୁଇନ୍ଦା ଏଜେନ୍ସିକୁ ଦୁନିଆରେ ସବୁଠୁ ଅଧିକ ଶକ୍ତିଶାଳୀ ଓ ଘାତକ କରିଥିଲେ। ୪୧ ବର୍ଷିୟ ଏଲି କୋହେନ ଏମିତି ସବୁ କାରନାମା କରିଥିଲେ , ଯିଏ ଇସ୍ରାଏଲୀୟଙ୍କ ପାଇଁ ସର୍ବଦା ହିରୋ ହୋଇଗଲେ। ତାଙ୍କର ହତ୍ୟା ୧୯୬୫ରେ ତାଙ୍କୁ ହତ୍ୟା କରାଯାଇ ଥିଲା, କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଇସ୍ରାଏଲକୁ ଗୁଇନ୍ଦା ସୂଚନା ଦେଇଥିଲେ। ଏହା ଦ୍ୱାରା ଇସ୍ରାଏଲ ୧୯୬୭ର ଆରବ ଯୁଦ୍ଧ ପାଖାପାଖି ୬ଦିନରେ ହିଁ ଜିତି ନେଇଥିଲା। କୋହେନ ସିରିଆରେ ୧୯୬୨ରେ ବ୍ୟବସାୟୀ କାମେଲ ଅମିନ ଥାବେଟ ସାଜି ଏଣ୍ଟ୍ରି କରି ଥିଲେ। ପାଖାପାଖି ୩ବର୍ଷ ଭିତରେ ସେ ସିରିଆର ଟପ୍‌ ଲିଡରଙ୍କ ମଧ୍ୟରେ ବସା ଉଠା କରିବାକୁ ଲାଗିଲେ। ସେତେବେଳେ ତାଙ୍କର କଥା ସିରିଆ ଶାସକଙ୍କ ଆଦେଶ ସହ ସମାନ ଥିଲା। ୫୯ ବର୍ଷ ପୂର୍ବେ କୋହେନଙ୍କୁ ଫାଶି ନିଆଯାଇ ଥିଲା। ଆଜି ଏତେ ବର୍ଷ ପରେ ବି ଇସ୍ରାଏଲ ସିରିଆ ଠାରୁ ତାଙ୍କର ମୃତଦେହ ନେବାକୁ ଦାବିକୁ ଜୋରଦାର କରିଛି।

ଇସ୍ରାଏଲୀୟ ଅଧିକାରୀ କୋହେନଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ପୁଣି ଥରେ ପ୍ରୟାସକୁ ଦ୍ରୁତ କରିଛନ୍ତି। ଇସ୍ରାଏଲର ସବୁଠୁ ପ୍ରସିଦ୍ଧ ଗୁପ୍ତଚରଙ୍କ ମଧ୍ୟରେ ଜଣେ କୋହେନ ସିରିଆର ରାଜନୀତିକ ଓ ସେନା ଅଭିଯାନ ବର୍ଗରେ ଅନୁପ୍ରବେଶ କରିଥିଲେ ଏବଂ ୧୯୬୭ର ୬ ଦିବସୀୟ ଆରବ ଯୁଦ୍ଧରେ ଇସ୍ରାଏଲର ସଫଳତା ପାଇଁ ମହତ୍ତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ପ୍ରଦାନ କରିଥିଲେ। ଅନେକ ଦଶକର ପ୍ରୟାସ ସତ୍ତ୍ୱେ , କୋହେନଙ୍କ ସମାଧି ସ୍ଥଳର ସ୍ଥାନ ଏବେ ବି ଅଜ୍ଞାତ। କଥିତ ଭାବେ ସିରିଆର ଅଧିକାରୀମାନେ ତାଙ୍କର ଶବକୁ ଲୁଚାଇବା ପାଇଁ କବର ସ୍ଥାନକୁ ଅନେକ ଥର ବଦଳାଇଛନ୍ତି।

କୋହେନଙ୍କ ମୃତଦେହକୁ ଫେରେଇ ଆଣିବାକୁ ଇସ୍ରାଏଲ ଅନେକ ବର୍ଷରୁ ପ୍ରୟାସ କରୁଛି। ସିରିଆନ ସରକାରଙ୍କୁ ଅନୁରୋଧ ସତ୍ତ୍ୱେ ଇସ୍ରାଏଲକୁ ସଫଳତା ମିଳି ନାହିଁ। ପ୍ରତିଥର ସିରିଆ , ଇସ୍ରାଏଲର ଦାବିକୁ ଏଡେଇ ଦେଉଛି। ସିରିଆ ଏହା ସ୍ୱୀକାର କରିଛି କି, ସେ ଇସ୍ରାଏଲକୁ ଭ୍ରମିତ କରିବା ପାଇଁ କୋହେନଙ୍କ ମୃତଦେହକୁ ଅନେକ ଥର ଅଲଗା ଅଲଗା ସ୍ଥାନକୁ ନେଇଛି। 

କୋହେନଙ୍କ ଜନ୍ମ ୧୯୨୪ରେ ମିଶରର ଆଲେକଜେଣ୍ଡ୍ରିଆରେ ଇହୁଦୀ ପରିବାରରେ ହୋଇଥିଲା। ୧୯୪୮ରେ ଇସ୍ରାଏଲର ସ୍ଥାପନା ପରେ କୋହେନଙ୍କ ପରିବାର ଇସ୍ରାଏଲକୁ ଆସି ରହିଥିଲେ। କୋହେନ ନିଜେ ମଧ୍ୟ ୧୯୫୭ରେ ସେଠାରେ ରହିଥିଲେ। ଅନେକ ବର୍ଷର ପ୍ରୟାସ ଓ ଦେଶଭକ୍ତି କାରଣରୁ କୋହେନ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦରେ ଏଣ୍ଟ୍ରି ମାରିଥିଲେ। ଇସ୍ରାଏଲର ସେନା ଗୁଇନ୍ଦା ବିଭାଗରେ ସେବା ଦେବା ପରେ କୋହେନଙ୍କୁ ୧୯୬୦ ଦଶକର ଆରମ୍ଭରେ ମୋସାଦଙ୍କ ଦ୍ୱାରା ଭର୍ତ୍ତି କରାଯାଇ ଥିଲା। ସେ ଆରବୀ , ସ୍ପାନିଶ୍‌ ଓ ଫ୍ରେଞ୍ଚ ଭାଷା ସହଜରେ କରି ପାରୁ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.