ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଲରେନ୍ସ ବିଷ୍ଣୋଇଙ୍କୁ ସରକାରୀ ଗୁପ୍ତଚର ଦର୍ଶାଇବା ପଡିଲା ମହଙ୍ଗା, ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର,୧୯/୧୦: ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଛାତ୍ର  କଂଗ୍ରେସ କ୍ୟାପିଟାଲ ଥାନାରେ ଏତଲା ଦେଇଛି । ଅଭିଯୋଗ କରିଛି, ଗ୍ୟାଙ୍ଗଷ୍ଟାର୍‌ ଲରେନ୍ସ ବିଷ୍ଣୋଇକୁ ସରକାରୀ ଗୁପ୍ତଚର ସଂସ୍ଥା ବୋଲି ପରୋକ୍ଷରେ ଦର୍ଶାଇଛନ୍ତି ବୁଦ୍ଧାଦିତ୍ୟ । ଭାରତର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ପାଇଁ ଉସ୍‌କାଉଛନ୍ତି । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର କଂଗ୍ରେସ ଦାବି କରିଛି । 

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ  କହିଛନ୍ତି ଯେ ବୁଦ୍ଧାଦିତ୍ୟ ଫେସ୍‌ବୁକରେ କରିଥିବା ପୋଷ୍ଟରେ ଆମେରିକାର ସିଆଇଏ ଓ ଜର୍ମାନର ଗେଷ୍ଟପା ସହ ଲରେନ୍ସ ବିଷ୍ଣୋଇକୁ ତୁଳନା କରିଥିଲେ । ଏମିତିକି ବାବା ଶିଦ୍ଦିକିଙ୍କ ହତ୍ୟା ପରେ  ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ତାଙ୍କ ଫେସବୁକ୍‌  ଆଇଡିରେ ପୋଷ୍ଟ କରିଛନ୍ତି । ଅର୍ଥାତ୍‌ ବିରୋଧୀ  ଦଳର ନେତାଙ୍କୁ କିପରି ହତ୍ୟା କରାଯିବ, ସେନେଇ  ତାଙ୍କ ପୋଷ୍ଟିଂ ମାଧ୍ୟମରେ ଲରେନ୍ସକୁ ଉସ୍‌କାଉଛନ୍ତି ।  ବୁଦ୍ଧାଦିତ୍ୟଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।  

ଅନ୍ୟପଟେ ଏହି ପୋଷ୍ଟକୁ ନେଇ ଝଡ଼ ସୃଷ୍ଟି  ହେବା ପରେ ବୁଦ୍ଧାଦିତ୍ୟ ଏହାକୁ ଫେସ୍‌ବୁକରୁ  ହଟାଇ ଦେଇଛନ୍ତି । ଏହାସହ ଅନ୍ୟ ଏକ ପୋଷ୍ଟରେ  ଉଲ୍ଲେଖ କରିଛନ୍ତି, ଏଭଳି ମନ୍ତବ୍ୟ ଉଦ୍ଦେଶ୍ୟମୂଳକ  ନଥିଲା । ତଥାପି ଯଦି କାହାରିକୁ ବାଧିଛି, ସେନେଇ  ମୁଁ ଦୁଃଖିତ । ଛାତ୍ର କଂଗ୍ରେସ ନେତା ଶୁଭମ୍‌ ରାଜ,  ବିଶ୍ୱଭୂଷଣ ମହାପାତ୍ର, ଗଣେଶ ଦାସ, ଶାହରୁକ୍‌  ଖାନ୍‌, ସୁନିଲ୍‌ କୁମାର୍‌ ଗାନ୍ଧୀ, ସିଦ୍ଧାନ୍ତ ଓମ୍‌ ପ୍ରକାଶ,  ପ୍ରତୀକ ଦାସ ପ୍ରମୁଖ ଥାନାରେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.