ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

୮୨ ହଜାର ଟଙ୍କାର ୮ କେଜି ଗଞ୍ଜେଇ ଜବତ, ୨ ଗିରଫ

ପାଟଣାଗଡ଼, ୨୦।୧୦: ପାଟଣାଗଡ଼ ଧୁମାଭଟା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ । ୮ କେଜି ଗଞ୍ଜେଇ ଓ ଗୋଟିଏ ବାଇକ ଜବତ କରିଥିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତମାନେ ବେଲପଡ଼ା ଥାନା ରେଙ୍ଗାଲି ଗାଁର ଜଗନ ଭୁଏ ଓ ସୁନିଲ ମାଝି ବୋଲି ଜଣାପଡ଼ିଛି । 

ସୂଚନାନୁସାରେ, ରବିବାର ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ବୋଲି ବିଶେଶ ସୁତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗ ଧୁମାଭଟା ଛକରେ ଏକ ମଟରସାଇକେଲ ଉପରେ ଚଢ଼ଉ କରିଥିଲା । ଚଢ଼ଉରେ ୮ କେଜି ଗଞ୍ଜେଇ ଓ ଏକ ମଟରସାଇକେଲ  ସହ ୨ ଜଣଙ୍କୁ ଗିରଫ କରିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ରବିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।   

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.