ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଗଞ୍ଜେଇ କାରବାର ମାମଲାରେ ବିଧାୟକଙ୍କ ସହଯୋଗୀକୁ ଉଠାଇନେଲା ଏନ୍‌ସିବି, ଗାଡ଼ିରୁ ଗଞ୍ଜେଇ ଜବତ

ଭୁବନେଶ୍ୱର,୨୦/୧୦: ଗଞ୍ଜେଇ କାରବାର ନେଇ ଏନ୍‌ସିବି ପଞ୍ଝାରେ ପଡିଛନ୍ତି ଢେଙ୍କାନାଳ ଜିଲ୍ଳାର ଜଣେ ବିଧାୟକଙ୍କ ଖାସ୍‌ ସହଯୋଗୀ । ତାଙ୍କ ଠାରୁ ଦୁଇ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଏନ୍‌ସିବି ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି । 

ବିଧାୟକଙ୍କ ସହଯୋଗୀ ଗତ କିଛି ମାସ ହେବ ଗଞ୍ଜେଇ କାରବାର କରୁଥିବା ଏନ୍‌ସିବି ଖବର  ପାଇଥିଲା । ଶନିବାର ସକାଳେ ଏନ୍‌ସିବି ଟିମ୍‌ ଭୁବନ ଥାନା ଶାମଳ ଅଞ୍ଚଳରୁ  ବିଧାୟକଙ୍କ ସହଯୋଗୀଙ୍କୁ ଉଠାଇ ଆଣିଥିଲା । ସେ ଏକ ଗାଡ଼ିରେ ଲୁଚାଇ ରଖିଥିବା ଗଞ୍ଜେଇକୁ ମଧ୍ୟ ଠାବ କରିଥିଲା ଏନ୍‌ସିବି । ଘଟଣାର ତଦନ୍ତ  ଚାଲିଥିବାରୁ ଏନ୍‌ସିବି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.