ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

୧୨ କୋଟି ସମ୍ପତ୍ତିର ମାଲିକାଣୀ ପ୍ରିୟଙ୍କା, ସ୍ୱାମୀ ରବର୍ଟ ଭଦ୍ରାଙ୍କ ପାଖରେ ୬୬ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୫/୧୦: କେରଳର ୱାୟନାଡ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୨ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।  ଏଥିରୁ ୪.୨୪ କୋଟିର ଅସ୍ଥାବର ଓ ୭.୭୪ କୋଟିର ସ୍ଥାବର  ସମ୍ପତ୍ତି ରହିଛି । ଶିମଲାର ଛରାବରେ ପ୍ରିୟଙ୍କାଙ୍କ ୧୨୦୦ ବର୍ଗଫୁଟ ଫାର୍ମ ହାଉସ୍ ରହିଛି। ଏହି ଘରର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ୫.୬୪ କୋଟି ଟଙ୍କା। ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା  ନିଜ ସତ୍ୟପାଠରେ ସ୍ୱାମୀ ରବର୍ଟ ଭଦ୍ରାଙ୍କ ପାଖରେ ଥିବା  ସମ୍ପତ୍ତିର ତାଲିକା ବି ଦେଇଛନ୍ତି । ରବର୍ଟ ଭଦ୍ରାଙ୍କ ପାଖରେ  ୬୫.୫୪ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିରେ ୩୭.୯  କୋଟି ଟଙ୍କାର ଅସ୍ଥାବର ଓ ୨୭.୬୪ କୋଟି ଟଙ୍କାର ସ୍ଥାବର  ସମ୍ପତ୍ତି ଅନ୍ତର୍ଭୁକ୍ତ ।

ପ୍ରିୟଙ୍କା ବୁଧବାର ନିଜ ନାମାଙ୍କନ ଦାଖଲ  ବେଳେ ଯେଉଁ ସତ୍ୟପାଠ ଦେଇଥିଲେ, ସେଥିରୁ ତାଙ୍କ  ସମ୍ପତ୍ତି ବାବଦ ତଥ୍ୟ ମିଳିଛି । ପ୍ରିୟଙ୍କାଙ୍କ ସତ୍ୟପାଠ ଉପରେ  ଗୁରୁବାର ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି,  ପ୍ରିୟଙ୍କାଙ୍କ ସତ୍ୟପାଠରେ ସ୍ୱାମୀ ରବର୍ଟଙ୍କ ସମ୍ପତ୍ତି ନେଇ ଭୁଲ ତଥ୍ୟ ଦିଆଯାଇଛି । ରବର୍ଟଙ୍କ ଆୟ କମ୍‌, କିନ୍ତୁ ଆୟକର  ବିଭାଗ ଅଧିକ ଟିକସ ଦାବି କରୁଛି । ଏଭଳି କେମିତି ସମ୍ଭବ  ହେବ? ରବର୍ଟ ଶିମଲାରେ ଘର କିଣିଛନ୍ତି । କିନ୍ତୁ ଏହି ଘରର  ମୂଲ୍ୟ ଯାହା ରହିଛି, ତାହାର ଏକଦଶମାଂଶ ସତ୍ୟପାଠରେ  ଦର୍ଶାଯାଇଛି । ଏହାର ଅର୍ଥ ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ  ଅଲଗା । ପ୍ରିୟଙ୍କା ମଧ୍ୟ ନିଜ ସମ୍ପତ୍ତି ବାବଦରେ ଭୁଲ ତଥ୍ୟ  ଦେଇଥିବା ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ୱାୟନାଡ  ଆସନରେ ନଭେମ୍ବର ୧୩ରେ ମତଦାନ ହୋଇ ୨୩ରେ  ଫଳ ପ୍ରକାଶ ପାଇବ । ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା  ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.