ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ମହାକାଶ କ୍ଷେତ୍ରକୁ ୧ ହଜାର କୋଟିର ଭେଞ୍ଚର ପାଣ୍ଠି, ୫ ବର୍ଷରେ ବିନିଯୋଗ ହେବ ପାଣ୍ଠି

ନୂଆଦିଲ୍ଲୀ,୨୫/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ  ବୈଠକରେ ଇନ୍‌ ସ୍ପେଶ ଅଧିନରେ ମହାକାଶ କ୍ଷେତ୍ର ପାଇଁ କେନ୍ଦ୍ର ସରକାର  ୧ ହଜାର କୋଟି ଟଙ୍କାର ଭେଞ୍ଚର  କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁରି  ମିଳିଛି । ପ୍ରସ୍ତାବିତ ପାଣ୍ଠି କାର୍ଯ୍ୟକାରୀ  ହେବା ପରଠାରୁ ପାଞ୍ଚ ବର୍ଷ ମଧ୍ୟରେ  ଏହାକୁ ବିନିଯୋଗ କରିବା ଲକ୍ଷ୍ୟ  ରଖାଯାଇଛି । ପ୍ରତିବର୍ଷ ହାରାହାରି ୧୫୦- ୨୫୦ କୋଟି ଟଙ୍କା ବିନିଯୋଗ କରାଯିବ ।  

କମ୍ପାନିର ସ୍ଥିତି ଏହାର ଅଭିବୃଦ୍ଧି  ପଥ ଏବଂ ଜାତୀୟ ମହାକାଶ ସାମର୍ଥ୍ୟ  ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ  ନିର୍ଭର କରି ୧୦ରୁ ୬୦ କୋଟି ଟଙ୍କାର  ପୁଞ୍ଜି ନିବେଶ ସୂଚକ ସୀମା ଧାର୍ଯ୍ୟ  କରାଯାଇଛି । ଏହା ଦ୍ୱାରା ଭାରତୀୟ  କମ୍ପାନିଗୁଡିକୁ ପ୍ରତିଦ୍ୱନ୍ଦ୍ୱୀ କରିବା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଆସନ୍ତା ୧୦  ବର୍ଷରେ ଭାରତୀୟ ମହାକାଶ ବ୍ୟବସ୍ଥାକୁ  ପାଞ୍ଚ ଗୁଣା ସମ୍ପ୍ରସାରଣ କରିବା ଲକ୍ଷ୍ୟ  ରଖାଯାଇଛି। ନୂଆ କର୍ଯ୍ୟକ୍ରମ ଦ୍ୱାରା  ସରକାର ୪୦ ଷ୍ଟାର୍ଟଅପ୍‌କୁ ସହାୟତା  କରିବା ଲକ୍ଷ୍ୟ ରଖିଛନ୍ତି ।  

ଏହି କାର୍ଯ୍ୟକ୍ରମ ଜରିଆରେ ନୂତନ  ଉଦ୍ଭାବନ ଓ ଆର୍ଥିକ ଅଭିବୃଦ୍ଧିକୁ  ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ  ପଦକ୍ଷେପ ଆସିଛି । ଜାତୀୟ ପ୍ରାଥମିକତା  ଭାବେ ମହାକାଶ କ୍ଷେତ୍ରକୁ ଆଗେଇ  ନେବା ଲାଗି ରଣନୀତିକ ଭାବେ ଏହା  ଡିଜାଇନ କରାଯାଇଛି । କମ୍ପାନି ଗୁଡିକ  ମଧ୍ୟରେ ପୁଞ୍ଜି ପ୍ରବାହ, ଭାରତୀୟ  କମ୍ପାନିକୁ ଦେଶ ମଧ୍ୟରେ କାମ କରିବାକୁ  ଉତ୍ସାହିତ କରିବା, ମହାକାଶ ଅର୍ଥ  ବ୍ୟବସ୍ଥାକୁ ଆଗେଇ ନେବା, ମହାକାଶ  ପ୍ରଯୁକ୍ତି ବିକାଶ ତ୍ୱରାନ୍ୱିତ କରିବା,  ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ,  ଆତ୍ମନିର୍ଭର ଭାରତକୁ ସମର୍ଥନ ଏବଂ  ଉଦ୍ଭାବନ ପରିବେଶକୁ ସୃଷ୍ଟି ଉପରେ  ଫୋକସ କରାଯିବ । ସେହିଭଳି ଆର୍ଥିକ  ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ଏବଂ ଦୀର୍ଘ  ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିବା ଦିଗରେ ମଧ୍ୟ  କାର୍ଯ୍ୟକ୍ରମ ଆସିବ । ଏଭଳି ପଦକ୍ଷେପ  ଘରୋଇ ନିବେଶକଙ୍କ ଆତ୍ମବିଶ୍ୱାସ ଦୃଢ଼  କରିବ ।

ମହାକାଶ ଶିଳ୍ପର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିବା, ପ୍ରଯୁକ୍ତିରେ ଉନ୍ନତି,  ଘରୋଇ କ୍ଷେତ୍ରର ସହଭାଗିତାରେ  ନେତୃତ୍ୱକୁ ଦୃଢ଼ କରିବା ଭଳି ଦିଗ ଗୁଡିକ ମଧ୍ୟ ପ୍ରାଥମିକତାରେ ରହିଛି । ମହାକାଶ କ୍ଷେତ୍ର ସଂସ୍କାର ୨୦୨୦ର  ଅଂଶ ଭାବେ ଘରୋଇ କ୍ଷେତ୍ରକୁ  ପ୍ରୋତ୍ସାହିତ କରିବାକୁ ସରକାର ଇନ୍‌  ସ୍ପେଶ ସ୍ଥାପନ କରିଥିଲେ । ଏବେ  ଦେଶର ମହାକାଶ ଅର୍ଥ ବ୍ୟବସ୍ଥା ୮.୪  ବିଲିୟନ ଡଲାର ରହିଛି । ୨୦୩୩  ବେଳକୁ ଏହାକୁ ୪୪ ବିଲିୟନ ଡଲାର  ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ।  ଦେଶର ମହାକାଶ କ୍ଷେତ୍ରରେ ଏବେ  ୨୫୦ ଷ୍ଟାର୍ଟଅପ୍‌ କାର୍ଯ୍ୟକରୁଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.