ନୂଆଦିଲ୍ଲୀ,୨୫/୧୦: ଡିଜ୍ନୀ ହଟ୍ଷ୍ଟାର୍ର ମୁଖ୍ୟ ସଜିଥ ଶୀବାନନ୍ଦନ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରିଲାଏନ୍ସର ଇଣ୍ଡିଆ ମିଡିଆ ଆସେଟ୍ ସହ କମ୍ପାନିର ୮୫୦ କୋଟି ଡଲାରର ମିଶ୍ରଣ ପରେ ସେ ଏହି ପଦକ୍ଷେପ ନେଇଛନ୍ତି । ମିଶ୍ରଣ ହୋଇଥିବା କମ୍ପାନିର ସମସ୍ତ ଲାଇଭ୍ ସ୍ପୋର୍ଟିଂ କାର୍ଯ୍ୟକ୍ରମ ଯେପରି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ରିଲାଏନ୍ସ ଜିଓ ସିନେମା ବଦଳରେ ଡିଜ୍ନୀର ହଟ୍ଷ୍ଟାର ଆପ୍ରେ ଷ୍ଟ୍ରିମିଂ ହେବ ବୋଲି ନିଷ୍ପତ୍ତି ନିଆଯିବାର ମାତ୍ର କିଛି ଦିନ ମଧ୍ୟରେ ଶୀବାନନ୍ଦନ ଇସ୍ତଫା ଦେଇଛନ୍ତି । ଏହି ମିଶ୍ରଣ ପରେ ଡିଜ୍ନୀ ଏବଂ ରିଲାଏନ୍ସ ନିକଟରେ ଏକତ୍ର ଭାବେ ୧୦୦ରୁ ଊଦ୍ଧ୍ୱର୍ ଟିଭି ଚ୍ୟାନେଲ ଓ ଦୁଇଟି ଷ୍ଟ୍ରିମିଂ ଆପ୍ ରହିବ । ଏହାସହିତ ମିଶ୍ରଣରୁ ଗଠିତ ସଂସ୍ଥା ସୋନି, ନେଟ୍ଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ୍ ସହ ପ୍ରତିଯୋଗିତା କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅଜିତ୍ ପାଓ୍ବାରଙ୍କ ଏନସିପିରେ ସାମିଲ ହେଲେ ଦୁଇ ବିଜେପ...