ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ପୁଞ୍ଜି ବଜାରରେ ଭୂକମ୍ପ, ନିବେଶକଙ୍କ ୯ ଲକ୍ଷ କୋଟି ଗୋଲ୍‌

ମୁମ୍ବାଇ,୨୩/୧୦ : କମ୍ପାନିଗୁଡ଼ିକର ଦୁର୍ବଳ ପ୍ରଦର୍ଶନ ଏବଂ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ଙ୍କ ଦ୍ୱାରା ପୁଞ୍ଜି ବହିଃପ୍ରବାହ ଯୋଗୁ ଆଜି ଭାରତୀୟ ଇକ୍ୱିଟି ବଜାରରେ ବଡ଼ ଧରଣର ଝଡ଼ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୯୦୦ ପଏଣ୍ଟରୁ ଊଦ୍ଧ୍ୱର୍ ସଂକୁଚିତ ହୋଇଥିବାବେଳେ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୨୪,୫୦୦ ପଏଣ୍ଟ ତଳକୁ ଖସିଆସିଛି । ଆଜିର ଏହି ହ୍ରାସ ଫଳରେ ଦଲାଲ ଷ୍ଟ୍ରିଟ୍‌ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଗୋଲ୍‌ ହୋଇଯାଇଛି ।  କାରବାର ଶେଷରେ ସେନ୍‌ସେକ୍ସରେ ୯୩୦ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୮୦,୨୨୦ ପଏଣ୍ଟରେ ବନ୍ଦ ହୋଇଛି। 

ଅନ୍ୟପକ୍ଷରେ, ନିଫ୍‌ଟିରେ ୩୦୯ ପଏଣ୍ଟ ହ୍ରାସ ଘଟିଛି । ଏହା ୨୪,୪୭୨ ପଏଣ୍ଟରେ ବନ୍ଦ ହୋଇଛି । ବଜାରରେ ଏହି ହ୍ରାସ ଫଳରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ୯.୩୪ ଲକ୍ଷ କୋଟି ଟଙ୍କା ସଂକୁଚିତ ହୋଇଛି । ଫଳରେ ଏହା ୪୪୪.୩୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଏସ୍‌ବିଆଇ ଏବଂ ଏଲ୍‌ ଆଣ୍ଡ୍‌ ଟି ଏକତ୍ର ଭାବେ ସେନ୍‌ସେକ୍ସକୁ ୫୦୫ ପଏଣ୍ଟ ଖସାଇଛନ୍ତି । ସେହିଭଳି ଟିସିଏସ୍‌, ଏନ୍‌ଟିପିସି, ଟାଟା ମୋଟର୍ସ, ଏକ୍ସିସ୍‌ ବ୍ୟାଙ୍କ ଏବଂ ପାୱାର୍‌ଗ୍ରୀଡ୍‌ର ସେୟାର ମୂଲ୍ୟରେ ବି ହ୍ରାସ ଦେଖିବାକୁ ମିଳିଛି । ନିଫ୍‌ଟି ସ୍ମଲ୍‌କ୍ୟାପ୍‌ ୧୦୦ ସୂଚକାଙ୍କ ୩.୭% ଖସିଥିବାବେଳେ ନିଫ୍‌ଟି ମିଡ୍‌କ୍ୟାପ୍‌ ୧୦୦ ୨.୩% ହ୍ରାସ ପାଇଥିବା ଜଣାପଡ଼ିଛି । ନିଫ୍‌ଟି ପିଏସ୍‌ୟୁ ବ୍ୟାଙ୍କ ଏବଂ ରିୟଲିଟି ଯଥାକ୍ରମେ ୪.୨% ଏବଂ ୩.୩% ହ୍ରାସ ପାଇଥିବାବେଳେ ନିଫ୍‌ଟି ଅଟୋ, ମିଡିଆ, କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ ତୈଳ ଓ ଗ୍ୟାସ ଷ୍ଟକ୍‌ ୨%ରୁ ଅଧିକ ହ୍ରାସ ଘଟିଛି । 

ବଜାର ଖସିବାର ଅନେକ କାରଣ ରହିଛି । ଲଗାତର ୪ ବର୍ଷ ଧରି ମଜଭୁତ ଦୁଇ ଅଙ୍କ ଅଭିବୃଦ୍ଧି ପରେ କମ୍ପାନିଗୁଡ଼ିକର ଦୁର୍ବଳ ପ୍ରଦର୍ଶନ ନିବେଶକଙ୍କୁ ନିରାଶ କରିଛି । ଅନେକ ବ୍ଲୁ-ଚିପ୍‌ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକର ନିରାଶଜନକ ଦ୍ୱିତୀୟ ତ୍ରୟମାସିକ ଫଳାଫଳ ପୁଞ୍ଜି ବଜାର ସୂଚକାଙ୍କଗୁଡ଼ିକୁ ଚାପଗ୍ରସ୍ତ କରିଥିଲା । ଫଳରେ ନିବେଶକ ହତୋତ୍ସାହିତ ହେବାରୁ ବଜାରରେ ହ୍ରାସ ଘଟିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଶ୍ୱର ବିଭିନ୍ନ ସେୟାର ବଜାରରେ ମଧ୍ୟ ପତନ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଆମେରିକା ନିର୍ବାଚନ ଯୋଗୁ ମଧ୍ୟ ଅନିଶ୍ଚିତତାର ମାହୋଲ ବଜାରରେ ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତ ବଜାରରୁ ପୁଞ୍ଜି କାଢ଼ିନେବା ମଧ୍ୟ ଇକ୍ୱିଟି ବଜାରକୁ ପ୍ରଭାବିତ କରିଛି । ଏନ୍‌ଏସ୍‌ଡିଏଲ୍‌ ଅନୁସାରେ ଅକ୍ଟୋବର ୨୧ ସୁଦ୍ଧା ଏଫ୍‌ଆଇଆଇମାନେ ୮୮,୨୪୪ କୋଟି ଟଙ୍କାର ପୁଞ୍ଜି ଭାରତ ବଜାରରୁ କାଢ଼ି ନେଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.