ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ରିଲାଏନ୍ସ ଜୁଏଲ୍ସର ସ୍ୱତନ୍ତ୍ର "ବିବାହମ୍‌' ୱେଡିଂ କଲେକ୍ସନର, ନଭେମ୍ୱର ୧୧ ତାରିଖ ଯାଏ ମିଳିବ ରିହାତି

ଭୁବନେଶ୍ୱର,୧୯/୧୦: ଭାରତର ଅନ୍ୟତମ ବିଶ୍ୱସନୀୟ ଗହଣା  ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ପାର୍ବଣ ଋତୁ ପାଇଁ ଏହାର ନୂତନ "ବିବାହମ୍‌' ୱେଡିଂ  କଲେକ୍ସନର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ପରମ୍ପରା ଓ ଆଧୁନିକ  ବିଳାସପୂର୍ଣ୍ଣତାର ସୌନ୍ଦର୍ଯ୍ୟକୁ ଧାରଣ କରିଥିବା ବ୍ରାଇଡାଲ ଜୁଏଲାରୀ ପ୍ରଦାନ  କରିବା ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ନୂଆ କରି ଶୁଭାରମ୍ଭ  ହୋଇଥିବା ଏହି କଲେକ୍ସନରେ ସୁନ୍ଦର ଭାବେ ନିର୍ମିତ  ଚୋକର, ବ୍ୟାଙ୍ଗେଲ,  ଇୟରିଙ୍ଗ୍‌, ନେକ୍‌ଲେସ୍‌, ହାଥ୍‌  ଫୁଲ୍‌, ମାଙ୍ଗ୍‌ ଟିକା, ନୋଜ୍‌  ରିଙ୍ଗ୍‌ ଓ ୱେଷ୍ଟ ବେଲ୍‌ଟ ଆଦି ସାମିଲ ରହିଛି ।  

ବିବାହମ୍‌ କଲେକ୍ସନରେ  ୮ଟି ସ୍ୱତନ୍ତ୍ର ପିସ୍‌ ରହିଛି ଯାହାକୁ  ଉଭୟ ସୁନା ଓ ହୀରାରେ  ପ୍ରସ୍ତୁତ କରାଯାଇଛି ଏବଂ  ଏହା ଆଧୁନିକ ବଧୁଙ୍କ ପାଇଁ  ବିଳାସପୂର୍ଣ୍ଣତା ଓ ଆଧୁନିକତାକୁ ଧାରଣ କରିଛି । ଏହି କଲେକ୍ସନରେ ଆଞ୍ଚଳିକ  ବିବାହ ଅଳଙ୍କାରର ଏକ ବିସ୍ତୃତ ଶୃଙ୍ଖଳା ଅନ୍ତର୍ଭୁକ୍ତ ଯାହା ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ର  ସାଂସ୍କୃତିକ ପରିଚୟକୁ ପ୍ରତିଫଳନ କରୁଛି । ଏହି ଶୁଭାରମ୍ଭକୁ ପାଳନ କରିବା  ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ "ବ୍ରାଇଡ୍‌ସ ଅଫ୍‌ ବିବାହମ୍‌' କ୍ୟାମ୍ପେନ ଶୁଭାରମ୍ଭ  କରାଯାଇଛି ଯାହା ଆଧୁନିକ ବଧୁଙ୍କ ଜୀବନ୍ତ ଉତ୍ସାହକୁ ଚିତ୍ରଣ କରିଛି  ।

ଏ  ପରିପ୍ରେକ୍ଷୀରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, "ଭାରତରେ  ବିବାହ ଗଭୀର ଭାବନାତ୍ମକ ଓ ସାଂସ୍କୃତିକ ମହତ୍ୱକୁ ଧାରଣ କରିଥାଏ ଏବଂ ବ୍ରାଇଡାଲ ଜୁଏଲାରୀ ହେଉଛି ଏହି ଉତ୍ସବଗୁଡିକର କେନ୍ଦ୍ରବିନ୍ଦୁ । ବିବାହ ଋତୁ  ପାଳନ କରିବା ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଆସନ୍ତା ନଭେମ୍ୱର ୧୧ ତାରିଖ  ପର୍ଯ୍ୟନ୍ତ ସୁନା ଅଳଙ୍କାର ମେକିଙ୍ଗ୍‌ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ  ହୀରା ମୂଲ୍ୟ ଓ ମେକିଂ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.