ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଦରବୃଦ୍ଧିରେ ବିହାର ଏକ ନମ୍ବର, ଚତୁର୍ଥ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ,୨୦/୧୦: କ୍ରମାଗତ ତୃତୀୟ ମାସ ପାଇଁ  ସେପ୍ଟେମ୍ବରରେ ବିହାରରେ ସବୁଠାରୁ ଅଧିକ ଦରବୃଦ୍ଧି ଦେଖିବାକୁ ମିଳିଛି । ରାଜ୍ୟରେ ଏହି ସମୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୫% ରହିଥିଲା, ଯାହାକି  ୫.୫%ର ଜାତୀୟ ହାରାହାରିଠାରୁ ଅନେକ ମାତ୍ରାରେ ଅଧିକ । ବିହାର  ପରେ ରହିଛି ଛତିଶଗଡ । ଏଠାରେ  ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ  ୭.୪% ରହିଛି । ତୃତୀୟ ସ୍ଥାନରେ  ଉତ୍ତର ପ୍ରଦେଶ ଥିବାବେଳେ ଚତୁର୍ଥ ସ୍ଥାନରେ ଓଡ଼ିଶା ଏବଂ ପଞ୍ଚମ  ସ୍ଥାନରେ ହରିୟାଣା ରହିଛି । ୩ଟି  ଯାକ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି  ହାର ଯଥାକ୍ରାମେ ୬.୭%, ୬.୬%  ଏବଂ ୬.୨% ରହିଛି । 

ନୂଆ  ରିପୋର୍ଟ ଅନୁସାରେ, ଚଳିତବର୍ଷ  ସେପ୍ଟେମ୍ବରରେ ଦେଶର ଖୁଚୁରା  ମୁଦ୍ରାସ୍ଫୀତି ୫.୫% ରହିଛି,  ଯାହାକି ୯ ମାସର ସର୍ବୋଚ୍ଚ ସ୍ତର । ଖାଦ୍ୟପେୟ ସାମଗ୍ରୀ ବିଶେଷ କରି  ପନିପରିବା, ଖାଇବା ତେଲ ଏବଂ  ଡାଲି ଦରରେ ବୃଦ୍ଧି ଯୋଗୁ ଖୁଚୁରା  ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.