ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଇଣ୍ଡିଆ କେମ୍ ମୁମ୍ବାଇ ପ୍ରଦର୍ଶନୀରେ ପାରାଦୀପ ଫସଫେଟସ୍ ଲିମିଟେଡ୍ ଷ୍ଟଲ

ମୁମ୍ବାଇ, ୧୯/୧୦ : ସ୍ଥାନୀୟ ମୁମ୍ବାଇ ଏକଜିବିସନ ସେଣ୍ଟରରେ ଆୟୋଜିତ ହୋଇଛି ଇଣ୍ଡିଆ କେମ୍ ୨୦୨୪ । କେମିକାଲ ଓ ପେଟ୍ରୋ କେମିକାଲ ଶିଳ୍ପ ଗୁଡ଼ିକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏଥିରେ ଓଡ଼ିଶାର ପାରାଦୀପସ୍ଥିତ ପାରାଦୀପ ଫସଫେଟସ୍ ଲିମିଟେଡ୍(ପିପିଏଲ) ଅଂଶଗ୍ରହଣ କରିଛି। ଇଣ୍ଡିଆ କେମରେ ସ୍ଥାନ ପାଇଥିବା ପିପିଏଲ୍ ଷ୍ଟଲକୁ ଭାରତ ସରକାରଙ୍କ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍ ଗତ ୧୭ତାରିଖରେ ଉଦଘାଟନ କରିଛନ୍ତି । ଏହି ଅବସରରେ ପିପିଏଲ୍ ମୁଖ୍ୟ ବିତ୍ତୀୟ ଅଧିକାରୀ ବିଜୟ ବିଶ୍ବାଳ, କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ପିପିଏଲ୍ ଓଡ଼ିଶାର ଏକମାତ୍ର ସଂସ୍ଥା ଭାବରେ ଏହି ଆନ୍ତର୍ଜାତିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ରସାୟନ ଓ ପେଟ୍ରୋ ରସାୟନ ବିଭାଗ, ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଫିକି ସହିତ ମିଳିତ ଭାବରେ ଇଣ୍ଡିଆ କେମ୍ ୨୦୨୪ଚଳିତ ଅକ୍ଟୋବର ୧୭ରୁ ୧୯ପର୍ଯ୍ୟନ୍ତ ଆୟୋଜିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.