ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଧନ୍‌ତେରସ୍‌ ପୂର୍ବରୁ ଦର ଉପରମୁହାଁ: ୭୯,୦୦୦ ଛୁଇଁଲା ସୁନା ଦର, ୨ହଜାର ଟଙ୍କା ବଢ଼ିଲା ରୁପା ଦର

Image Courtesy: keralakaumudi

ଭୁବନେଶ୍ୱର,୧୯/୧୦: ଆଗକୁ ଧନ୍‌ତେରସ୍‌ ଓ ଦୀପାବଳି ପର୍ବ ରହିଛି । ପାର୍ବଣ ଚାହିଦା ସୁନା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି । ଖାଲି ସେତିକି ନୁହେଁ ଭୁ-ରାଜନୈତିକ ସମସ୍ୟା ଯୋଗୁ ବି ଲୋକେ ସୁନାରେ ବିପୁଳ ନିବେଶ କରୁଛନ୍ତି । ଏହା ହଳିଦିଆ ଧାତୁକୁ ମହଙ୍ଗା କରିଚାଲିଛି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦରରେ  ୮୭୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୭୮,୯୮୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୮୦୦ ଟଙ୍କା ମହଙ୍ଗା ହୋଇ ୭୨,୪୦୦ ଟଙ୍କାରେ ପହଞ୍ଚିଛି । ରୁପା ଦରରେ ବି ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କିଲୋଗ୍ରାମ ପିଛା ଏହି ଧାତୁ ୨,୦୦୦ ଟଙ୍କା ମହଙ୍ଗା ହୋଇ  ୧,୦୫,୦୦୦ ଟଙ୍କାରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.