ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଫିକି-ଆନାରକ ରିପୋର୍ଟ: ଭାରତୀୟଙ୍କ ରିୟଲ ଇଷ୍ଟେଟ୍‌ ପସନ୍ଦଯୋଗ୍ୟ ନିବେଶ,ନୂଆ ଲଞ୍ଚ ପ୍ରପର୍ଟିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୧/୧୦: ନିବେଶର ବିଭିନ୍ନ  ବିକଳ୍ପ ମଧ୍ୟରୁ ଭାରତୀୟମାନେ ରିୟଲ ଇଷ୍ଟେଟକୁ ସବୁଠୁ ବେଶି ପସନ୍ଦ କରୁଛନ୍ତି । ଚଳିତ ବର୍ଷ ପ୍ରଥମ  ୬ ମାସରେ ପ୍ରାୟ ୫୯% ଲୋକଙ୍କ ଏ କ୍ଷେତ୍ରରେ  ନିବେଶକୁ ପ୍ରାଥମିକତା ଦେଇଛନ୍ତି । ଏବେ ସହର  ଗୁଡିକରେ ଭଡା ଜନୀତ ଆୟ ବୃଦ୍ଧି ହେଉଛି ।  ଏଭଳି ସ୍ଥିତିରେ ଭଡା ଜନୀତ ଆୟ ଲାଗି ପ୍ରିମିୟମ  ପ୍ରପର୍ଟି କିଣାକୁ ବେଶି ପ୍ରାଥମିକତା ଦେଉଛନ୍ତି  ଗ୍ରାହକ । ୫୭% ନିବେଶକ ଏ ନେଇ ଆଗ୍ରହ  ଦେଖାଉଥିବା ଶିଳ୍ପ ସଂଘ ଫିକି ଏବଂ ଆନାରକ  ପ୍ରପର୍ଟି କନସଲଟାଣ୍ଟ ରିପୋର୍ଟରୁ ଜଣାପଡିଛି । 

ରିପୋର୍ଟ ମୁତାବକ, ୫୧% ଲୋକ ୩  ବିଏଚ୍‌କେ କିଣିବାକୁ ଗୁରୁତ୍ୱ ଦେଉଛନ୍ତି । ବଡ  ଘର ଚାହିଦା ରହୁଥିବା ଏଥିରୁ ଜଣାପଡେ ।  ୬୭% ଲୋକ ଘରକୁ ନିଜସ୍ୱ ବ୍ୟବହାର  ଏବଂ ୩୩% ନିବେଶ ଉଦ୍ଦେଶ୍ୟରେ ଘର  କିଣୁଛନ୍ତି । ଏହି ରିପୋର୍ଟରେ ଦେଶର ରିୟଲ  ଇଷ୍ଟେଟ ବଜାରର ପରିବର୍ତ୍ତିତ ସ୍ଥିତି ଏବଂ  ଘରକ୍ରେତାଙ୍କ ମନୋଭାବ ଭଳି ବିଭିନ୍ନ  ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । 

ସେବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ  ରାଓ କହିଛନ୍ତି, କୌଣସି ଶିଳ୍ପର ଦୀର୍ଘମିଆଦି  ସଫଳତା ଲାଗି ନିବେଶକଙ୍କ ଆତ୍ମବିଶ୍ୱାସ ଏକ  ଜରୁରୀ ପ୍ରସଙ୍ଗ । ସ୍ୱଚ୍ଛତା ଏବଂ ଗଭର୍ଣ୍ଣାସ ଦ୍ୱାରା  ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଯାଇପାରେ ।  ଅନୁପାଳନରେ ଦୃଢ଼ତା ଏବଂ ଉନ୍ନତ ଡିସକ୍ଲୋଜର  ସଂସ୍ଥାଗତ ନିବେଶକଙ୍କ ମନୋଭାବକୁ ଦୃଢ଼ କରେ । 

ଫିକିର ପୂର୍ବତନ ସଭାପତି ସନ୍ଦୀପ ସୋମାନି  କହିଛନ୍ତି ଯେ, ଏବେ ଗ୍ରାହକଙ୍କ ଫୋକସ ରେଡି ଟୁ  ମୁଭ୍‌ ହୋମ ପ୍ରପର୍ଟି ତୁଳନାରେ ନିର୍ମାଣାଧିନ ପ୍ରପର୍ଟି  ଆଡକୁ ଅଧିକ ରହିଛି । ଡେଭଲପରଙ୍କ ପ୍ରତି  ଆତ୍ମବିଶ୍ୱାସ ଏବଂ ନିୟାମକ ପରିବେଶରେ ଉନ୍ନତି  ହୋଇଥିବା ଏହା ଦର୍ଶାଉଛି । ପ୍ରସ୍ତୁତ ହୋଇ ରହିଥିବା  ଘର ଗୁଡିକର ଚାହିଦା କମିଛି । ରେଡି ଟୁ ମୁଭ ଏବଂ  ନୂଆ ଲଞ୍ଚ ପ୍ରପର୍ଟି ଅନୁପାତ ୨୦:୨୫ ରହିଛି ।  ୨୦୨୦ର ପ୍ରଥମ ୬ ମାସରେ ୪୬:୧୮ ରହିଥିଲା ।  

୪୫ ଲକ୍ଷ ଟଙ୍କାରୁ ୯୦ ଲକ୍ଷ ଟଙ୍କାର ପ୍ରପର୍ଟି  ସବୁଠାରୁ ଲୋକପ୍ରିୟ ରହିଛି । ତେବେ ଲୋକେ  ଏବେ ପ୍ରିମିୟମ ପ୍ରପର୍ଟି ଆଡକୁ ମୁହାଁଉଛନ୍ତି । ୨୮%  ଲୋକ ୯୦ ଲକ୍ଷ ଟଙ୍କାରୁ ୧.୫ କୋଟି ଟଙ୍କାର ଘର  କିଣିବାକୁ ପସନ୍ଦ କରୁଛନ୍ତି । ଆପାର୍ଟମେଣ୍ଟ ସବୁଠାରୁ  ପସନ୍ଦଯୋଗ୍ୟ ପ୍ରପର୍ଟି ପାଲଟିଛି । ଏ କ୍ଷେତ୍ରରେ  ୫୮% ଲୋକ ନିଜର ପସନ୍ଦ ଦେଖାଉଛନ୍ତି । 

ଏହବାଦ ବାସଗୃହ ପ୍ଲଟଗୁଡିକ ମଧ୍ୟ  ଲୋକପ୍ରିୟତା ହାସଲ କରୁଛି । ଦକ୍ଷିଣ ଭାଗରେ  ଏହି ଧାରା ବେଶ ଉନ୍ନତ ରହିଥିବା ଏହି ରିପୋର୍ଟରେ  କୁହାଯାଇଛି । ୯୮% ଘରକ୍ରେତା ପ୍ରକଳ୍ପ ଠିକ୍‌  ସମୟରେ ଶେଷ ହେଉବୋଲି ଚାହାନ୍ତି । ସେହିଭଳି  ୯୩% ନିର୍ମାଣ ବେଳେ ଗୁଣବତ୍ତା, ୭୨% ଉତ୍ତମ  ବାୟୁଚଳାଚଳ କରୁଥିବା ଘର ଆବଶ୍ୟକ କରୁଛନ୍ତି । 

୫୩% ଘରକ୍ରେତା ବର୍ତ୍ତମାନର ସୁଲଭ  ହାଉସିଂ ବିକଳ୍ପ ପ୍ରତି ଅସନ୍ତୋଷ ପ୍ରକଟ  କରିଛନ୍ତି । ପ୍ରକଳ୍ପର ସ୍ଥାନ, ନିର୍ମାଣ ଗୁଣବତ୍ତା  ଏବଂ ଘରର ଆକାର ଭଳି ଦିଗ ଗୁଡିକ ନେଇ  ସେମାନଙ୍କର ସମସ୍ୟା ରହୁଥିବା କହିଛନ୍ତି  ଗ୍ରାହକ । ଆନାରକ ପ୍ରପର୍ଟି କନସଲଣ୍ଟାଣ୍ଟର  ଅଧ୍ୟକ୍ଷ ଅନୁଜ ପୁରୀ କହିଛନ୍ତି, ଗ୍ରାହକଙ୍କ ପ୍ରପର୍ଟି  କ୍ରୟ ମନୋଭାବ ସମ୍ପର୍କରେ ଶିଳ୍ପ ଅଂଶୀଦାରଙ୍କ  ଜଣାଇବା ଲାଗି ଏହି ରିପୋର୍ଟ ଉଦ୍ଦିଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.