ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ପେଟ୍ରୋକେମିକାଲ ଶିଳ୍ପରେ ୮୭୦୦ କୋଟି ଡଲାର ନିବେଶ ସମ୍ଭାବନା: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ,୨୦/୧୦: ଦେଶର ବର୍ଦ୍ଧିତ ପେଟ୍ରୋକେମିକାଲ ଚାହିଦା ପୂରଣ ଲାଗି ଆସନ୍ତା ଦଶନ୍ଧିରେ ଭାରତ ୮୭୦୦ କୋଟି ଡଲାର ନିବେଶ ସଂଗ୍ରହ କରିପାରେ। କେନ୍ଦ୍ର ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀ ଏହା ପ୍ରକାଶ କରିଛନ୍ତି ।  

ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍‌-୨୦୨୪ରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ, ଭାରତର ଅଧିକାଂଶ ନାଗରିକ ମଧ୍ୟବିତ୍ତ ବର୍ଗରେ ପ୍ରବେଶ କରିଛନ୍ତି । ଏଣୁ ପେଟ୍ରୋକେମିକାଲ ସମେତ ବହୁବିଧ ରେଞ୍ଜ୍‌  ଉତ୍ପାଦର ଚାହିଦାରେ ବଡ଼ ବୃଦ୍ଧି ଘଟିବାକୁ ଯାଉଛି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ମୁଣ୍ଡ ପିଛା ପେଟ୍ରୋକେମିକାଲ ବ୍ୟବହାର ଭାରତରେ କମ୍‌ ରହିଛି । ଫଳରେ  ଭାରତର ପେଟ୍ରୋକେମିକାଲ ଶିଳ୍ପରେ ଅଧିକ ନିବେଶ ସମ୍ଭାବନା ରହିଛି । 

ପୁରୀ ଆହୁରି କହିଛନ୍ତି, ଭାରତ ବର୍ଷକୁ ୨୫ରୁ ୩୦ ନିୟୁତ ମେଟ୍ରିକ୍‌ ଟନ୍‌ ପେଟ୍ରୋକେମିକାଲ ପ୍ରଡକ୍ଟ ବ୍ୟବହାର କରିଥାଏ । ଭାରତର କେମିକାଲ ଏବଂ  ପେଟ୍ରୋକେମିକାଲ ଶିଳ୍ପର ମୂଲ୍ୟ  ୨୨୦୦୦ କୋଟି ଡଲାର ରହିଛି । ଏହା ୨୦୨୫ ସୁଦ୍ଧା ୩୦୦୦୦ କୋଟି ଡଲାରକୁ ବଢ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.